କନକ ବ୍ୟୁରୋ: ଗାଁରେ ମାଡୁଛି କରୋନା! ବ୍ୟାପିବାରେ ଲାଗିଛି ଥଣ୍ଡା, କାଶ, ଜ୍ୱର । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗାଁ ଗାଁରେ ଥଣ୍ଡା, କାଶ ଓ ଜ୍ୱର । ଗୋଟିଏ ଗୋଟିଏ ପରିବାରରେ ୪-୫ ଜଣ ଜ୍ୱରରେ ପଡିଛନ୍ତି । କାହାର ପତଳା ଝାଡ଼ା ହେଉଛି ତ କେହି କେହି ବାସ୍ନା ଓ ସ୍ୱାଦ ବାରି ପାରୁନଥିବା କହିଛନ୍ତି । ତେବେ ଲୋକଙ୍କ ଭିତରେ ଭୟ ଥିବାରୁ ଅଧିକାଂଶ ଡାକ୍ତରଖାନା ନଯାଇ ଔଷଧ ଦୋକାନରୁ ଔଷଧ କିଣି ଖାଉଛନ୍ତି । ଘର ଘର ବୁଲି ଲୋକଙ୍କୁ ସତର୍କ ଓ ସଚେତନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ । ଲକ୍ଷଣ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି । ଏବେ କରୋନା ପରୀକ୍ଷା ପାଇଁ ଧିରେ ଧିରେ ଲୋକଙ୍କ ଭିତରେ ଆଗ୍ରହ ବଢୁଛିି । ଏହି ଚିତ୍ର ହେଉଛି ଅସ୍ତରଙ୍ଗ ଅଂଚଳର ।
ସତର୍କ କରାଇଲା ନ୍ୟୁୟର୍କ ଟାଇମ୍ସ । ଭାରତର ଗ୍ରାମାଂଚଳରେ ସ୍ଥିତି ହେଉଛି ସଂଗୀନ । ଆମେରିକାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସତର୍କ କରାଇଦେଇଛି ଭାରତର ଗ୍ରାମାଂଚଳରେ ବ୍ୟାପିବାରେ ଲାଗିଛି ମହାମାରୀ । ଲୋକେ ଥଣ୍ଡା, କାଶ, ଜ୍ୱରରେ ପୀଡ଼ିତ ହେଉଛନ୍ତି, ହେଲେ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି । ସ୍ଥିତି ନିୟନ୍ତ୍ରଣ ନହେଲେ ସଂକ୍ରମଣରେ ଆମେରିକାକୁ ଖୁବଶୀଘ୍ର ଟପିଯିବ ଭାରତ ।
ନ୍ୟୁୟର୍କ ଟାଇମ୍ସର ଅନୁଧ୍ୟାନ
ଭାରତର ଗ୍ରାମାଂଚଳରେ ପାଳନ ହେଉନି କୋଭିଡ୍ ନିୟମ
ସଙ୍ଗରୋଧରେ ରହୁନାହାନ୍ତି ଆକ୍ରାନ୍ତ
ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରଖୁନାହାନ୍ତି
ସଙ୍ଗରୋଧ ଭୟରେ କୋଭିଡ୍ ଟେଷ୍ଟ କରୁନାହାନ୍ତି
ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଗ୍ରାମାଂଚଳରେ ନିୟମ ପାଳନ ଢିଲା
ଗ୍ରାମାଂଚଳରେ ସ୍ୱାସ୍ଥୃ ଭିତ୍ତିଭୂମି ଦୁର୍ବଳ
ଦେଶରେ ପ୍ରଥମେ ବଡ଼ ବଡ଼ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା । ଏହାକୁ ରୋକିବାକୁ ପ୍ରଶାସନିକ କଳ ତତ୍ପର ହୋଇଉଠିଥିଲେ । ତେବେ ଗ୍ରାମାଂଚଳରେ ସ୍ଥିତି ଉକ୍ରଟ ହେଲେ, କିପରି ଏହାକୁ ରୋକା ଯାଇପାରିବ, ଏହା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ।