ନାଗରିକତା ସଂଶୋଧନ ଆଇନ୍ , ଏନଆରସିକୁ ବିରୋଧ କରି ଅଲ୍ଲୀଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ପ୍ରଦର୍ଶନ କରୁଛନ୍ତି । ଯାହାର ପ୍ରଭାବ ଖାଲି ଶିକ୍ଷଣୀୟ ପରିବେଶ ଉପରେ ନୁହଁ ଏଠାରେ ହେଉଥିବା କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ଉପରେ ମଧ୍ୟ ପଡୁଛି । ରିପୋର୍ଟ ଅନୁସାରେ , ମାସକ ଭିତରେ ୧୨ ଟି କମ୍ପାନୀ କ୍ୟାମ୍ପସ୍ କୁ ଆସି ବିଭିନ୍ନ ବିଭାଗର ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ୍ ଦେଇଥାନ୍ତେ । କିନ୍ତୁ କ୍ୟାମ୍ପସ୍ ର ଅବସ୍ଥା ଦେଖି ଏହି ସବୁ କମ୍ପାନୀ ନିଜ କାର୍ଯ୍ୟକ୍ରମକୁ ରଦ୍ଧ କରିଛନ୍ତି । ଏହିଭଳି ଭାବରେ ଗତ ୧ ମାସ ଭିତରେ କ୍ୟାମ୍ପସ୍ ରେ ଅସ୍ଥିରତାର ମାହୋଲ୍ ସୃଷ୍ଟି ହୋଇଥିବା ଦେଖି କୌଣସି କମ୍ପାନୀ ବିଶ୍ୱବିଦ୍ୟାଳୟକୁ ଆସୁନାହାନ୍ତି । ଯାହାଫଳରେ ୧୦୦ ଟି ଚାକିରୀକୁ ହାତଛଡା କରିଛନ୍ତି ଏଏମୟୁର ଛାତ୍ରଛାତ୍ରୀ । ଯାହାକୁ ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ୱୀକାର କରିଛି । ଦେଶ, ବିଦେଶର ନାମୀ କମ୍ପାନୀ ପାଇଁ ଏଏମୟୁ କ୍ୟାମ୍ପସ୍ ସର୍ବପ୍ରଥମ ଆକର୍ଷଣ ଥିବା ବେଳେ କନଷ୍ଟ୍ରକ୍ସନ୍ , ଆଇଟି , ପେଟ୍ରୋଲିୟମ୍ , ସଫ୍ଟୱେୟାର୍ , ଶିକ୍ଷା , ଏଫଏମସିଜି , ଏଚଆର୍ ଆଦି କମ୍ପାନୀ ପାଇଁ ଏମଏମୟୁ ଛାତ୍ରଛାତ୍ରୀଙ୍କୁ ଚାକିରୀ କ୍ଷେତ୍ରରେ ସର୍ବପ୍ରଥମେ ଚୟନ କରେ । କିନ୍ତୁ ଚଳିତଥର ନିଜ ଗୋଡରେ କୁରାଢି ମାରିଛନ୍ତି ଛାତ୍ରଛାତ୍ରୀ । /kanak/media/post_attachments/wp-content/uploads/2020/01/df-300x200.png)
ଡିସେମ୍ବର ୯ ତାରିଖରୁ କ୍ୟାମ୍ପସରେ ଅସ୍ଥିରତା ଲାଗି ରହିଥିବା ବେଳେ କମ୍ପାନୀ ପକ୍ଷରୁ କେବେ ପରିବେଶ ଶାନ୍ତ ପଡିବ ଏନେଇ ବିଶ୍ୱବିଦ୍ୟାଳୟକୁ ବାରମ୍ବାର କଲ୍ ଆସୁଛି । ଆଉ କିଛି କମ୍ପାନୀ ପ୍ଲେସମେଣ୍ଟକୁ ହିଁ ରଦ୍ଦ କରିଦେଇଛନ୍ତି । କୁହାଯାଉଛି ଏଥିରେ ଏଏମୟୁର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିଛି । ଛାତ୍ରସଂଘର ପୂର୍ବ ଉପାଧ୍ୟକ୍ଷ ଶେୟଦ୍ ମାଜିନ୍ ଏହି ସ୍ଥିତି ପାଇଁ ଏଏଏୟୁ ପ୍ରଶାସନକୁ ଦାୟୀ କହିଛନ୍ତି । ଜୋରଜବରଦସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ କରିବା ଦ୍ୱାରା ଶୈକ୍ଷିକ ବାତାବରଣ ତ ପ୍ରଭାବ ହୋଇଛି , ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚାକିରୀ କ୍ଷେତ୍ରରେ ବଡଧରଣର କ୍ଷତି ସହିବାକୁ ପଡିଛି । /kanak/media/post_attachments/wp-content/uploads/2020/01/unemployment-ksDE-621x414@LiveMint-300x200.jpg)
ଫେବୃୟାରୀ ୮ ତାରିଖରେ ହେବାକୁ ଯାଉଥିବା କ୍ୟାମ୍ପସ୍ କର୍ପୋରେଟ୍ ମିଟ୍ ରେ ଦେଶ ବିଦେଶର ବଡ ବଡ କମ୍ପାନୀ ତଥା କର୍ପୋରେଟ୍ ଜଗତର ନାମୀଦାମୀ କମ୍ପାନୀ ସାମିଲ ହେବେ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ କର୍ପୋରେଟ୍ ଜଗତର ଆବଶ୍ୟକତା ବିଷୟରେ ଅନେକ କିଛି ଜାଣିବାକୁ ମିଳିବ । ଯାହା ତାଙ୍କ ଭବିଷ୍ୟତ ଉଜ୍ଜଳ କରିବାରେ ସାହାଯ୍ୟ କରିବ । କିନ୍ତୁ ଏଭଳି ପରିସ୍ଥିତିକୁ ଦେଖି କ୍ୟାମ୍ପସ୍ କର୍ପୋରେଟ୍ ମିଟ୍ ହେବ କି ନାହିଁ ସେ ଉପରେ ଆଶଙ୍କା କରାଯାଉଛି ।
ସୌଜନ୍ୟ : ଅମର୍ ଉଜାଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/aligarh-muslim-uni-AMU-pti-1571226367.jpg)