କନକବ୍ୟୁରୋ : ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମହିଧର ରଣା ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ହଜାର ହଜାର ବିଜେଡି କର୍ମୀ ବୌଦ୍ଧ ସହର ସ୍ଥିତ ରଘୁନାଥ ମନ୍ଦିରରେ ଏକତ୍ରିତ ହୋଇଥିଲେ । ସେଠାରେ ଉଭୟ ପ୍ରାର୍ଥୀ ପୂଜାର୍ଚ୍ଚନା କରି ବିଶାଳ ରାଲିରେ ବାହାରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଉଭୟ ପ୍ରାର୍ଥୀ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି ।ସେହିପରି ନାମାଙ୍କନ ଦାଖଲ ବେଳେ ନିଜର ଶକ୍ତି ପ୍ରଦର୍ଶନ କରିଛି ପଦ୍ମପୁର ବିଜେଡି ।
ସେହିପରି ବର୍ଷା ସିଂ ବରିହା ମଧ୍ୟ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ପଦ୍ମପୁର ସହରର ରାଜବାଟୀ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ପଦ୍ମପୁର ବିଧାନସଭା ରିଟର୍ଣ୍ଣି ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଲ ଅ।।ଲୋକ କୁମାର ପଟେଲଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବର୍ଷା ସିଂ ବରିହାଙ୍କ ସହ ତାଙ୍କ ଶାଶୁ ଓ ସ୍ୱାମୀ ସାଥିରେ ରହିଥିଲେ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ସୋମବାର ନାମାଙ୍କନ ଭରିଛନ୍ତି ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ । ପ୍ରବଳ ଖରା ସତ୍ୱେ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଣରେ ହାଟଡିହି ବିଜେପି କାର୍ଯ୍ୟ୍ୟାଳୟରୁ ଏକ ରାଲି ବାହାରିଥିଲା । ଆଉ ଏହା ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ସେଠାରେ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଆଲୋକ ସେଠୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/njd.jpg)