ଥାନା ପାଲଟିଛି କବାଡିଖାନା ! ଜବତ ହୋଇରହିଥିବା ଶତାଧିକ ଗାଡି ଖାଉଛି ଖତ

Advertisment
ଥାନା ପାଲଟିଛି କବାଡିଖାନା ! ଜବତ ହୋଇରହିଥିବା ଶତାଧିକ ଗାଡି ଖାଉଛି ଖତ
କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାର ୧୩ଟି ଥାନା ଅଧୀନରେ ହଜାର ହଜାର ବାଇକ୍ ସମେତ ଅନ୍ୟାନ୍ୟ ଚାରିଚକିଆ ଯାନ ପଡ଼ିରହିଛି। ଏହି ସବୁ ଗାଡ଼ିର ପ୍ରକୃତ ମାଲିକ ନିଜ ଗାଡ଼ି ନପାଇ ହନ୍ତସନ୍ତ ହେଉଥିବା ବେଳେ ବିଭିନ୍ନ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ପୁଲିସ୍ ଅନେକ ସମୟରେ ଚୋରି ଗାଡ଼ି ଉଦ୍ଧାର କରିଥିବା ବେଳେ, ଏସବୁକୁ ଫେରାଇବା ନେଇ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଫଳରେ ଜିଲ୍ଲାରେ ବିଭିନ୍ନ ଥାନାରେ ଏଭଳି ଶହ ଶହ ସଂଖ୍ୟାରେ ଯାନବାହାନ ପଡ଼ି ରହି ଖତ ଖାଉଛି।
publive-imageଥାନା ପରିସରରେ ଏସବୁ ଯାନବାହାନ ପଡ଼ିରହିଥିବା ବେଳେ ଥାନା ଏକ ରକମର କବାଡ଼ିଖାନାରେ ପରିଣତ ହେଲା ଭଳି ଲାଗୁଛି। ଅନେକ ବ୍ୟକ୍ତ ଚୋରା ଗାଡ଼ିରେ ବେଆଇନ କାରବାର କରୁଥିବା ବେଳେ ମଧ୍ୟ ପୁଲିସ୍ ସେଗୁଡ଼ିକୁ ଜବତ କରି ଥାନାରେ ପକାଇ ରଖିଛି। ଗାଡ଼ିର ଚେଚିସ୍ ନମ୍ବରକୁ ଆଧାର କରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହାୟତାରେ ପୁଲିସ୍ ଏସବୁ ଜବତ ଗାଡ଼ିକୁ ପ୍ରକୃତ ମାଲିକଙ୍କ ନିକଟରେ ପହଞ୍ଚାଇପାରନ୍ତା। କିନ୍ତୁ ପୁଲିସ ସେଭଳି କିଛି ପଦକ୍ଷେପ ଗ୍ରହଣ କରୁନଥିବାରୁ ଗାଡ଼ିଗୁଡ଼ିକ ନଷ୍ଟ ହୋଇଯାଉଥିବା ବେଳେ ଏହାର ମାଲିକ ଗାଡ଼ି ପାଇବା ଆଶା ମଧ୍ୟ ଛାଡ଼ି ଦେଲେଣି।
କେବଳ ନୟାଗଡ଼ ଜିଲ୍ଲା ନୁହେଁ, ସାରା ରାଜ୍ୟରେ ଏହି ଭଳି ସ୍ଥିତି ଦେଖାଦେଇଛି। ଗତବର୍ଷ କମିସନରେଟ୍ ପୁଲିସ ଚୋରା ଗାଡ଼ିଗୁଡ଼ିକ ଫେରାଇବା ନେଇ ସ୍ବତନ୍ତ୍ର ମେଳାର ଆୟୋଜନ କରି ବେଶ୍ ସଫଳତା ପାଇଥିଲା। ଯଦି ନୟାଗଡ଼ ସମେତ ସବୁ ଜିଲ୍ଲାରେ ଏହିଭଳି ବ୍ୟବସ୍ଥା କରାଯାନ୍ତା, ତେବେ ଗାଡ଼ିର ପ୍ରକୃତ ମାଲିକମାନେ ଉପକୃତ ହୋଇପାରନ୍ତେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe