source : Hindustan Times
ବଲିଉଡ ପ୍ରବେଶ ଠାରୁ ବହୁ ଦୁରରେ ଅଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲାର । ୨୦୧୭ର ବିଶ୍ୱସୁନ୍ଦରୀ ତାଜ ହାସଲ କରିବା ପରେ ମାନୁଷୀ ଛିଲ୍ଲାର ଦେଶର ଜଣେ ବଡ ସେଲିବ୍ରିଟି ହୋଇଯାଇଛନ୍ତି । ତାଙ୍କର ଫ୍ୟାନ ଫଲୋଇଂ ରାତାରାତି ବହୁତ ବଢି ଯାଇଛି । ଆଉ ସଭିଁଏ ଆଶା ରଖିଛନ୍ତି ଯେ, ମାନୁଷୀ ବଲିଉଡରେ ପ୍ରବେଶ କରନ୍ତୁ । ହେଲେ ସେ ବଲିଉଡରେ ଏବେ ପ୍ରବେଶ କରିବାକୁ ଇଚ୍ଛା ରଖି ନଥିବା କହିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ମାନୁଷୀ କିଛି ଏହିପରି ମନ୍ତବ୍ୟ ଦେଇଥିଲେ । ଚର୍ଚ୍ଚା ହେଉଥିଲା କି ମାନୁଷୀ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ବଲିଉଡରେ ଡେବ୍ୟୁ କରିବେ । ଏବଂ ଆମିର୍ ଖାନ ହେଉଛନ୍ତି ତାଙ୍କ ପ୍ରିୟ ତାରକା । ତେବେ ମାନୁଷୀ ପ୍ରଥମେ ନିଜ ପଢା ଶେଷ କରିବା ପାଇଁ ଇଚ୍ଛା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/04/china-miss-world_.jpg)