ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଜିତିଲେ ବ୍ରୋଞ୍ଜ । ଫାଇନାଲରେ ତୃତୀୟ ସ୍ଥାନରେ ରହିଥିଲେ ମନୁ ଭାକର

ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଜିତିଲେ ବ୍ରୋଞ୍ଜ । ଫାଇନାଲରେ ତୃତୀୟ ସ୍ଥାନରେ ରହିଥିଲେ ମନୁ ଭାକର

କନକ ବ୍ୟୁରୋ : ଭାରତ ପାଇଁ ଖୁସି ଖବର । ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂରେ ମନୁ ଭାକରଙ୍କୁ ବଡ ସଫଳତା । ପ୍ରଥମ ପଦକ ହାସଲ କରିଛନ୍ତି ମନୁ ଭାକର । ସୁଟିଂରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମନୁ ଭାକର । ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ମଡେଲ ହାସଲ କରିଛନ୍ତି ମନୁ ।

ତେବେ ମନୁ ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ମନୁ ଭାକର । ଇଭେଣ୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିବା ମନୁ ଭାକରଙ୍କ ଉପରେ ରହିଥିଲା ସାରା ଭାରତର ନଜର। ୨୨ ବର୍ଷୀୟା ମନୁ କ୍ବାଲିଫିକେସନରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଥିଲେ। ଏଥିସହ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ହାସଲ କରି ଦେଶ ପାଇଁ ସାଜିଛନ୍ତି ଗର୍ବ ଓ ଗୌରବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe