ପ୍ୟାରିସରେ ମନ ଜିତିଲେ ମନୁ । ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଲେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂ 

Advertisment
ପ୍ୟାରିସରେ ମନ ଜିତିଲେ ମନୁ । ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଲେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂ 

କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଆଉଏକ ବ୍ରୋଞ୍ଜ ପଦକ ସହ ଇତିହାସ ରଚିଛନ୍ତି ସୁଟର ମନୁ । ୧୦୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକରଙ୍କ ସହ ସରବଜୋତ ସିଂଙ୍କୁ ମିଳିଛି ବ୍ରୋଞ୍ଜ ମେଡାଲକୋରିଆ ପ୍ରତିପକ୍ଷଙ୍କୁ ହରାଇ ଦେଶପାଇଁ ଦ୍ୱିତୀୟ ପଦକ ଆଣିଦେଇଛନ୍ତି ଏହି ଯୋଡି । ସ୍ୱାଧୀନ ଭାରତର ପ୍ରଥମ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଛନ୍ତି ମନୁ । ସୋସିଆଲ ମିଡିଆରେ ପୋଷ୍ଟ କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ହରିଆଣାର ଝାଜରରେ ମନୁ ଭାକରଙ୍କ ଜନ୍ମ। ସ୍କୁଲ ସମୟରୁ ସେ ଟେନିସ, ସ୍କେଟିଂ ଓ ବାସ୍କେଟବଲ ପରି ଖେଳରେ ଆଗ୍ରହୀ ଥିଲେ । ମାର୍ସାଲ ଆର୍ଟରେ ଭାଗନେଇ ଜାତୀୟସ୍ତରର ପ୍ରତିଯୋଗିତାରେ ମେଡାଲ ହାସଲ କଲେ । ହେଲେ ୧୪ ବର୍ଷ ବୟସରେ ସୁଟିଂ ପ୍ରତି ଆଗ୍ରହୀ ହେଲେ । ବିଶେଷ କରି ୨୦୧୬ ରିଓ ଅଲିମ୍ପିକ୍ସ ପରେ ସୁଟିଂ ପ୍ରତି ତାଙ୍କର ଆଗ୍ରହ ବଢିଥିଲା ।

ଚର୍ଚ୍ଚାକୁ ଆସିଲେ ମନୁ ଭାକର

ମାତ୍ର ୧୬ ବର୍ଷ ବୟସରେ କମନୱେଲ୍‌ଥ ଗେମ୍ସରେ ଗୋଲ୍ଡ ମେଡାଲ

୨୦୧୮ରେ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ ବିଶ୍ୱକପରେ ଗୋଲ୍ଡ ମେଡାଲ

୨୦୧୯ ମ୍ୟୁନିକ ଆଇଏସଏସଏଫ ବିଶ୍ୱକପରେ ଚତୁର୍ଥରେ ରହି ଅଲିମ୍ପିକ୍ସ ଯୋଗ୍ୟତା

ହାସଲ କଲେ ମନୁ ଭାକର। ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଖାଲି ହାତରେ ଫେରିଥିଲେ । ହେଲେ ପ୍ରଦର୍ଶନରେ ସ୍ଥିରତା ଓ ଲକ୍ଷ୍ୟ ହାସଲ ପାଇଁ ନିୟମିତ ଅଭ୍ୟାସ ସହ ମନୁ ଭାକର ଭଗବତ ଗୀତା ପଢୁଥିଲେ ବୋଲି ତାଙ୍କ ପରିବାର କହିଛନ୍ତି । ଟୋକିଓ ଅଲିମ୍ପକ୍ସରେ ବିଫଳତା ପରେ ସୁଟିଂ ଛାଡିଦେବାକୁ ନିଷ୍ପତ୍ତି କରିଥିଲେ ମନୁ । ଏପରିକି ୨୫ ଦିନ ପାଇଁ ପିସ୍ତଲକୁ ହାତ ଲଗାଇନଥିଲେ । ହେଲେ ସେହି ପର୍ଯ୍ୟାୟରୁ ବାହାରି ସଫଳତାର ସୋପାନ ଚଢିବା ସହ ଇତିହାସ ରଚିସାରିଛନ୍ତି ମନୁ ଭାକର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe