ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । କହିଲେ, କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ହେଲେ ଆକୃଷ୍ଟ ।

130

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ଆକୃଷ୍ଟ ହେବା ପରେ ସେ ଦଳରେ ସାମିଲ ହେବା ନେଇ ନିଷ୍ପତି ନେଇଥିବା କହିଛନ୍ତି ମାନସୀ ସେହଗଲ । ଆପ୍ ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆପ୍ ସରକାର ଗଠନ କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହେବା ସହ ବଡ ଧରଣର ପରିବର୍ତନ ଆସିଥିବା ସେ କହିଛନ୍ତି । ୨୦୧୯ରେ ଏଫବିବି ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀର ବିଜେତା ହୋଇଥିଲେ ମାନସୀ ସେହଗଲ । ନେତାଜୀ ସୁଭାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ମାନସୀ । ଏହାସହ ସେ ଜଣେ ଏଂଟରପ୍ର୍ୟୁନର ଭାବେ କାମ କରନ୍ତି ।