କନକ ବ୍ୟୁରୋ : କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଫିଟ୍ ରହିବା ପାଇଁ ପଡିବ । ଏବଂ ପ୍ରତିଦିନ ଘରେ ଆପଣଙ୍କୁ କିଛିଟା ପ୍ରତିକାରକ ନେବାର ମଧ୍ୟ ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯେପରିକି ପ୍ରତିଦିନ କାଢା ପିଅନ୍ତୁ, ବାହାରକୁ କୁଆଡେ ଯାଇଥିଲେ, ଘରକୁ ଫେରିବା ମାତ୍ରେ ଆଗେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ ଏବଂ ସାନିଟାଇଜ୍ ହୁଅନ୍ତୁ । ଷ୍ଟିମ୍ ବା ଗରମ ବାମ୍ଫ ନେବା ପାଇଁ ମଧ୍ୟ ଡାକ୍ତରମାନେ ମତ ଦେଇଛନ୍ତି ।

Advertisment

ତେବେ ଆପଣବି ହୁଏତ ପ୍ରତିଦିନ କିମ୍ବା ସପ୍ତାହକୁ ୩,୪ ଥର ନିହାତି ଭାବେ ଷ୍ଟିମ ନେଉଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଷ୍ଟିମ୍ ନେବାର ଏମିତି ଏକ ନିଆରା ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ।

ଷ୍ଟିମ୍ ନେବାର ଏମିତି ଦୃଶ୍ୟ, ହୁଏତ ଆପଣ ଆଗରୁ କେଉଁଠି ଦେଖିନଥିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଷ୍ଟିମ୍ ନେବା ପାଇଁ ଏକ ଭଲ ଦେଶୀ ଉପାୟ ଆପଣେଇଛନ୍ତି । ଆପଣ ଏହି ଭିଡିଓରେ ଦେଖିପାରୁଥିବେ, ତଳେ ଚୁଲି ଜଳୁଛି । ଆଉ ଚୁଲି ଉପରେ ଏକ ପ୍ରେସର କୁକର ଟିଏ ରଖାଯାଇଛି । କିନ୍ତୁ ପ୍ରେସରକୁକରର ସିଟି ଜାଗାରେ ଏକ ବଡ ପାଇପଟିଏ ଲଗାଯାଇଛି । ପାଇପର ଉପରିଭାଗରେ ଏକ ଫନେଲ ଟିପ୍ ଟିଏ ଲଗାଯାଇଛି । ଆଉ ଯାହା ସାହାଯ୍ୟରେ ବ୍ୟକ୍ତିଜଣଙ୍କ ଅତି ଆରାମରେ ଷ୍ଟିମ୍ ନେଇପାରୁଛନ୍ତି ।

ତେବେ ଏହି ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ମଜା ଲାଗୁଥିବ । ସୋସିଆଲ୍ ମିଡିଆରେ ମଧ୍ୟ ଏହି ଭିଡିଓଟି ଏବେ ବେଶ୍ ଭାଇରାଲ ହେଉଥିବା ବେଳେ ଲୋକେ, ଏହି ବ୍ୟକ୍ତିଙ୍କର ପ୍ରଂଶସା ମଧ୍ୟ କରୁଛନ୍ତି । ଏପରିକି କିଛି ୟୁଜର୍ସ ଭାରତରେ କିଛି ବି ସମ୍ଭବ ବୋଲି କମେଂଟରେ ଲେଖୁଛନ୍ତି । ତେବେ ଏଭଳି ଉପାୟ ସତରେ ବେଶ ପ୍ରଂଶସନୀୟ ।