ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ

229

କନକ ବ୍ୟୁରୋ : ଦିନକୁ ଦିନ ଓଡିଶା ଇନଫ୍ରାଟେକ ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଅ ଜମି ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଜ ଓ ଇଓଡବ୍ଲ୍ୟୁ ପକ୍ଷରୁ ତନା ଘନା ଚାଲିଥିବା ବେଳେ ଆଜି ନିର୍ଦ୍ଦେଶକ ପଦରେ ଥିବା ମନୋରଂଜନ ଷଡଙ୍ଗୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଅସୁସ୍ଥ୍ତାକୁ କାରଣ ଦର୍ଶାଇବା ସହ ପରିବାରର କେହି ଦାୟିତ୍ୱ ନେବାକୁ ନଥିବାରୁ ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

କିଛିଦିନ ତଳେ ସାରୁଅ ଠାରେ ଥିବା ଅନୁସୂଚିତ ଜାତି ଲୋକଙ୍କ ଜମିକୁ ଚଞ୍ଚକତା କରି ଓଡିଶା ଇନଫ୍ରାଟେକ କିଣିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧିକ ଶାଖା ମନୋରଞ୍ଜନଙ୍କୁ ଗିରଫ୍ କରିଥିଲା । ସେ ଗିରଫ ହୋଇ ଇଓଡବ୍ଲ୍ୟୁ ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ । ଏହାପରେ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବାରୁ ଇସ୍ତଫା ଦେଇଥିବା କଥା କହିଛନ୍ତି ।