ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗରେ ଓଟିଭିକୁ ବଡ଼ ଝଟକା । ଓଟିଭି ସିଏଫ୍ଓ ପଦରୁ ଦେଲେ ଇସ୍ତଫା ମନୋରଂଜନ ଷଡ଼ଙ୍ଗୀ

1,229

କନକ ବ୍ୟୁରୋ : ପ୍ରାୟ ୧୩ ବର୍ଷ ତଳେ ଓଟିଭିରେ ଚାକିରୀ ଆରମ୍ଭ କରିଥିବା ମନୋରଞ୍ଜନ ଷଢ଼ଙ୍ଗୀ ଓଟିଭିର କର୍ପୋରେଟ ଢ଼ାଂଚାରେ ଖୁବଶୀଘ୍ର ନିଜକୁ ଖାପଖୁଆଇବା ପରେ ସିଡି ପରେ ସିଡି ଚଢ଼ି ଚାଲିିଥିଲେ । କିନ୍ତୁ ହଠାତ୍ କମ୍ପାନୀର ଜମି ଦୁର୍ନୀତି ସ୍କାମରେ ଏମିତି ଫସିଗଲେ ଯେଉଁଠାରୁ ବାହାରିବା ସହଜ ନଥିଲା । ଆଉ ଏସବୁ ବିବାଦ ଭିତରେ ଓଟିଭିର ଚିଫ୍ ଫାଇନାନ୍ସ ପଦ ଓ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ।

କିଛି ଏଭଳି ଢ଼ଙ୍ଗରେ ଜାଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ମନୋରଞ୍ଜନଙ୍କ ସମ୍ପର୍କୀୟ । ୨୦୦୮ରେ ଓଟିଭିରେ ଯୋଗଦେବା ପରେ ଏହି କଷ୍ଟ ଆକାଉଂଟାଟ, ସବୁଠାରୁ ବିଶ୍ୱସ୍ତ ଏବଂ ସବୁଠାରୁ ଦକ୍ଷ କର୍ମଚାରୀ ଭାବେ ନିଜକୁ ପ୍ରମାଣିତ କରିବା ପରେ ତାଙ୍କୁ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଗଲା । କିନ୍ତୁ ଏହି କମ୍ପାନୀ ଜଣେ ଅନୁସୂଚିତ ଜାତିର ଡ୍ରାଇଭରଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ବେନାମୀ କାରବାର କରି ଫସିଗଲା ।

ଆସନ୍ତା ୯ ତାରିଖରେ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହେବ । କିନ୍ତୁ ଏହି ମାମଲାରେ ଆଉ କେଉଁମାନେ ଟଣା ହେବେ ତାକୁ ନେଇ ଅନେକଙ୍କ ମନରେ ଛନକା ପଶିଛି ।