କ୍ୟାପିଟାଲ ଲ କଲେଜରେ ବରିଷ୍ଠଙ୍କୁ ଟକ୍କର ଦେବେ କନିଷ୍ଠ ! ସଭାପତି ଦୌଡରେ ମନୋରଂଜନ

19

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନରେ ବରିଷ୍ଠ କି ଅଭିଜ୍ଞ ପ୍ରାର୍ଥୀ ହେବେ ସେମିତି କିଛି କଟକଣା ନଥାଏ । ଲିଙ୍ଗଡୋ କମିଶନଙ୍କ ନିୟମକାନୁନ ଆଉ ଲୋକ ସଂପର୍କ ହିଁ ବିଜୟର ମୂଳମନ୍ତ୍ର ସାଜେ ନିର୍ବାଚନରେ । ଯାହାକୁ ଆୟୁଧ କରି କ୍ୟାପିଟାଲ ଲ କଲେଜରେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି ପ୍ରଥମ ର୍ବେ ଛାତ୍ର ମନୋରଂଜନ ବେହେରା । ଆଉ ଛାତ୍ରଛାତ୍ରୀଙ୍କ ସହ ମଧୁର ସଂପର୍କ ତାଙ୍କୁ ବିଜୟୀ କରିବ ବୋଲି ଆଶା ବି ରଖିଛନ୍ତି ।

କ୍ୟାମ୍ପସରେ ପୂର୍ବରୁ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଓ ଏବିଭିପି ଭଳି ଛାତ୍ର ସଂଗଠନ ନିଜର ପ୍ରାର୍ଥୀ ଦେଇଥିବା ବେଳେ ସ୍ୱାଧୀନ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ମନୋରଂଜନ । ହସହସ ମୁହଁରେ ସମସ୍ତଙ୍କୁ ଭୋଟ ମାଗୁଥିବା ବେଳେ ତାଙ୍କୁ ଭେଟିଥିଲା ଆମ ଟିମ । କଲେଜ ନିର୍ବାଚନରେ ଦଳ ନୁହେଁ ବଳ ଏକାକୀ ଲଢ଼ିବା ଉଚିତ ବୋଲି ସେ କହିଥିଲେ । ଏହାସହ କହିଥିଲେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଉପରେ କାହାରି ଚାପ ରହିବ ନାହିଁ । ବରଂ ଏହା ତାଙ୍କୁ ବିଜୟୀ କରାଇବ ବୋଲି ମନୋରଂଜନ କହିଛନ୍ତିି ।