ପରିବାର ପାଇଁ ସଂଘର୍ଷ କରୁଛି ମାଆ । ପେଟ୍ରୋଲ ପମ୍ପରେ କରୁଛନ୍ତି କାମ, ପୁଅକୁ ପାଠ ପଢାଇବାର ଝୁଙ୍କ୍

ପରିବାର ପାଇଁ ସଂଘର୍ଷ କରୁଛି ମାଆ । ପେଟ୍ରୋଲ ପମ୍ପରେ କରୁଛନ୍ତି କାମ, ପୁଅକୁ ପାଠ ପଢାଇବାର ଝୁଙ୍କ୍

କନକ ବ୍ୟୁରୋ : ଜଣେ ମାଆର ସଂଘର୍ଷ କାହାଣୀ । ପୁଅକୁ ମଣିଷ କରିବାକୁ ଘରୁ ଗୋଡ କାଢି ବାହାରକୁ ବାହାରିଛି । ଆଉ ଅହରହ ସଂଘର୍ଷ କରୁଛି । କାହା ଆଗରେ ହାତ ନପାତି ପେଟ୍ରୋଲ ପମ୍ପରେ କାମ କରି ଦୁଇ ପଇସା ରୋଜଗାର କରି ନିଜ ପେଟ ପାଳିବା ସହ ପୁଅକୁ ମଣିଷ କରିବାର ଝୁଙ୍କ୍ ନେଇଛନ୍ତି ଗଜପତି ମୋହନା ଚନ୍ଦ୍ରଗିରି ନଡ଼ିଆ ସାହିର ମନୋରମା ସାହୁ । ସ୍ୱାମୀ ଚାଲିଯିବା ପରେ ପରିବାର ବୋଝ ଏବେ ତାଙ୍କ ଉପରେ । ଘରେ ଏକମାତ୍ର ପୁଅ ଶୁଭମ୍ । ସେ କିଭଳି ପାଠ ପଢିବ , ମଣିଷ ହେବ । ସେ ଦାୟିତ୍ୱ ନେଇଛନ୍ତି ମନୋରମା । ନିକଟରେ ଥିବା ଏକ ପ୍ରେଟ୍ରୋଲ ପମ୍ପରେ କାମ କରୁଛନ୍ତି । ୮ ଘଂଟା ଛିଡା ହୋଇ ଅହ ରହ କାମ କରିଚାଲିଛନ୍ତି । ଏଡି ପେଟ୍ରୋଲ ପମ୍ପରେ କାମ କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରୁ ଚଳୁଛି ପରିବାର ।

ମନୋରମାଙ୍କୁ ଆଖପାଖରେ ସମସ୍ତେ ଜାଣନ୍ତି । କାରଣ ସେ ନିଜ ୱାର୍ଡରେ ୱାର୍ଡ ସଭ୍ୟ ଭାବରେ ଲୋକଙ୍କ ସେବା କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ନା କୌଣସି ପକା ଘର ଖଣ୍ଡିଏ ନା କøଣସି ସହାୟତା ମିଳିଛି । ଭଙ୍ଗା ରୁଜା ମାଟି ଟିଣ ଛପର ଘରେ ପୁଅକୁ ନେଇ ପଡି ରହିଛନ୍ତି । ନିଜ ଦୃଢ ମନୋବଳ ଯୋଗୁ ଘରୁ ଗୋଡ କାଢି ସଂଘର୍ଷ କରୁଛନ୍ତି । ଏହି ସମୟରେ ପ୍ରଶାସନ କିଛି ସାହାଯ୍ୟ କରିବାକୁ ସ୍ଥାନୀୟ ଲୋକେ ବି ଅନୁରୋଧ କରିଛନ୍ତି ।

ଅସହାୟ ହୋଇପଡିଥିବା ମନୋରମାଙ୍କ ଏହି ସଂଘର୍ଷ ସମୟରେ ତାଙ୍କୁ ସାହାଯ୍ୟ ସହଯୋଗ କରାଯାଇପାରିଲେ ତାଙ୍କର ସ୍ଥିତି କିଛି ସ୍ୱଚ୍ଛଳ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe