ଏଣିକି ରାଜ୍ୟରେ ବନ୍ୟା-ବାତ୍ୟାର ଆଗୁଆ ସୂଚନା ପାଇଁ ମନୋରମା ଭରସା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ହେଲେ ମନୋରମା ମହାନ୍ତି ।

205

କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ଦାୟିତ୍ୱ ନେଲେ ମନୋରମା ମହାନ୍ତି । ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ବେଶ ଖୁସି ହୋଇଛନ୍ତି ମନୋରମା । କହିଛନ୍ତି, ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି । ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମନୋରମା । ପୂର୍ବରୁ ମନୋରମା ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାର୍ଯ୍ୟରତ ଥିଲେ । ସେହିପରି ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ବୋଲି କହିଛନ୍ତି । ତେବେ ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ଏବେ ତାଙ୍କ ବଦଳି କୋଲକାତାକୁ ହୋଇଛି ।