ଅବସର ନେଇ ଖେଳ ମନ୍ତ୍ରୀଙ୍କ ୟୁଟର୍ଣ୍ଣ, ୫ ଦିନ ପରେ ବଦଳାଇଲେ ନିଷ୍ପତ୍ତି !

ଅବସର ନେଇ ଖେଳ ମନ୍ତ୍ରୀଙ୍କ ୟୁଟର୍ଣ୍ଣ, ୫ ଦିନ ପରେ ବଦଳାଇଲେ ନିଷ୍ପତ୍ତି !

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ ଅଗଷ୍ଟ ୩ରେ ସବୁ ପ୍ରକାର ଫର୍ମାଟରୁ ସନ୍ୟାସ ନେଇ ଘୋଷଣା କରିଥିଲେ । ତେବେ ୫ ଦିନ ଭିତରେ ସେ ଅବସର ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମନୋଜ ତିୱାରୀ ଅବସର ନିଷ୍ପତ୍ତିକୁ ବଦଳାଇ ପୁଣିଥରେ ବେଙ୍ଗଲ ପାଇଁ ଖେଳିବା ପାଇଁ ନଜର ଆସିବେ । ତେବେ ଏନେଇ ଆଧିକାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ଏନେଇ ମନୋଜ ନିଜେ ପ୍ରେସ ମିଟରେ ସୂଚନା ଦେବେ ବୋଲି ଜଣାପଡିଛି । ବର୍ତ୍ତମାନ ମମତା ସରକାରରେ କ୍ରୀଡାମନ୍ତ୍ରୀ ଅଛନ୍ତି ମନୋଜ ତିୱାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe