ସାରା ଦେଶରେ ପ୍ରସିଦ୍ଧ ଲାଭ କରିଥିବା ଦିଲ୍ଲୀର ରାମଲୀଳା ଚଳିତ ବର୍ଷ ଭିନ୍ନ ଧରଣର ଉତ୍ସାହ ସାଙ୍ଗରେ ନେଇଆସିଛି । ମଙ୍ଗଳବାର ବିଜେପି ଅଧ୍ୟକ୍ଷ ତଥା ସାଂସଦ ମନୋଜ୍ ତିୱାରୀଙ୍କୁ ରାମଲୀଳାରେ ଦେଖିବାକୁ ମିଳିଥିଲା । ତେବେ ଅତିଥି ରୂପେ ନୁହଁ ଭଗବାନ ପର୍ଶୁରାମଙ୍କ ଚରିତ୍ରରେ ମନୋଜ ତିୱାରୀଙ୍କୁ ଦେଖିବାକୁ ମିଳିଥିଲା । ପ୍ରତିଥର ଭଳି ଏଥର ମଧ୍ୟ ରାମଲୀଳାରେ କାହାରି ନାଁ ନ ନେଇ ଇଙ୍ଗିତ ଭାଷାରେ ମନୋଜ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ଙ୍କ ଉପରେ ଖୁବ୍ ବର୍ଷିଥିଲେ ।
ସେ କହିଥିଲେ , ଦିଲ୍ଲୀରେ ମଧ୍ୟ ପାପର ଅନ୍ତ କରିବାର ସମୟ ନିକଟତର ହୋଇଆସିଲା । ରାଜା କେବେ ବି ଭେଦଭାବ କରିନଥାଏ କିନ୍ତୁ ଏଠାକାର ରାଜାଙ୍କ ବୟାନ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ଭଗବାନ ପର୍ଶୁରାମଙ୍କ ଅବତାର ଆସିଯିବ । ଦିଲ୍ଲୀ ଜନତା ଅନେକ ପାପକୁ ସହ୍ୟ କରିସାରିଲେଣି । ବିଜେପି ସରକାର ତିଆରି ହେଲେ ହିଁ ଲୋକଙ୍କୁ ସୁଶାସନ ମିଳିବ । ସେ କହିଥିଲେ ଯେଉଁଭଳି ଭାବରେ ଆତଙ୍କବାଦର ଅନ୍ତ ହେଉଛି ଠିକ୍ ସେହିଭଳି ପାପର ମଧ୍ୟ ଅନ୍ତ ହେବ ।
ରବି କିଶନ୍ ହେବେ ଅଙ୍ଗଦ୍ : ସୂତ୍ର ଅନୁସାରେ , ଆଗାମୀ ଦିନରେ ଏହି ରାମଲୀଳାରେ ସାଂସଦ ରବି କିଶନ୍ ଅଙ୍ଗଦ୍ ଚରିତ୍ରରେ ନଜର ଆସିବେ । ବିନ୍ଦୁ ଦାରା ସିଂହ ଅଞ୍ଜନୀପୁତ୍ର ହନୁମାନ ଏବଂ ରାବଣ ଭୂମିକାରେ ବଲିଉଡ୍ ଅଭିନେତା ଶହବାଜ୍ ଖାନ୍ ନଜର ଆସିବେ ।
Follow Us
/kanak/media/post_attachments/wp-content/uploads/2019/10/manoj-2-300x200.jpg)