କନକ ବ୍ୟୁରୋ: ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନ  ଫଳାଫଳ । ଏଥିପାଇଁ ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣତି ଆରମ୍ଭ ହେବା ପରେ ୯ଟାରୁ ୭୦ଟି ଆସନରେ କିଏ ଆଗୁଆ ଅଛନ୍ତି ତାହା ସ୍ପଷ୍ଟ ହୋଇଯିବ । ଇତି ମଧ୍ୟରେ ସାମ୍ନାକୁ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ । ତେବେ  ପ୍ରାର୍ଥିକ ପ ର୍ଯ୍ୟାୟ ଟ୍ରେଣ୍ଡ କହୁଛି ୩୭ଟି ଆସନରୁ ୨୫ରେ ଆପ, ୯ରେ ବିଜେପି ଓ ୨ଟି ଆସନରେ କଂଗ୍ରେସ ରହିଛି ଆଗୁଆ ।

Advertisment

ସେପଟେ ସତ ହେବ କି ବୁଥ ବାହୁଡା ମତ ତାକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । କାହିଁକି ନା ବର୍ତ୍ତମାନ ଟ୍ରେଣ୍ଡ ସୁଦ୍ଧା ବିରୋଧୀଙ୍କ ବହୁ ଆଗରେ ରହିଛି ଆମ ଆଦମୀ ପାର୍ଟି । ଆଉ ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ କଂଗ୍ରେସର ସ୍ଥିତି ରହିଛି ପୂରା ସାଂଘାତିକ । ତେବେ ଯଦି ଆମେ ଇତିହାସକୁ ଦେଖିବା ତେବେ, ୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ଜିତିପାରିଥିଲା ।

ଖାତା ଖୋଲିପାରିନଥିଲା କଂଗ୍ରେସ । ୨୦୧୩ରେ ଆପ ଏଠାରେ ସରକାର ଗଠନ କରିଥିଲା । ଡିସେମ୍ବର ୨୦୧୩ରୁ ଫେବ୍ରୁଆରୀ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ୪୯ଦିନ ପରେ ଭାଙ୍ଗି ଯାଇଥିଲା ସରକାର । ଏହାପରେ ୨୦୧୫ରେ ହୋଇଥିଲା ଭୋଟ । ପୂର୍ଣ୍ଣ ବହୁମତ ପାଇ ଅରବିନ୍ଦ କେଜ୍ରିୱାଲ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବନିଥିଲେ ।