କନକ ବ୍ୟୁରୋ: ଭୁବନେଶ୍ୱରରେ ସିବିଆଇ ଅତିରିକ୍ତି ନିର୍ଦ୍ଦେଶକ ମନୋଜ ଶଶିଧର । ଓଡ଼ିଶା ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର ଟଙ୍କା ଲିଙ୍କରେ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଦେଶୀ ମଦ ସଂସ୍ଥାରୁ ଜବତ କରିଥିବା ୩୫୧ କୋଟି ଟଙ୍କା ଅଘୋଷିତ ବୋଲି ଆଇଟି କହିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ନେଇ ଆସିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।