ସିନେମା କାହାକୁ ଭାଗ କରେନି, ମୁଁ ଓଡିଶାକୁ ଭାଗ କରିବାକୁ ଚାହୁଁନି । ବିବାଦ ଭିତରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର । ସେପଟେ ପୁଣି କଥା ଦୋହରାଇଲେ ନରସିଂହ ମିଶ୍ର
କନକ ବ୍ୟୁରୋ : ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ଓଲିଉଡ ପ୍ରଜୋଜକ ସଂଘ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ କରିବା ପରେ ଚାରିଆଡୁ ମନୋଜ ମିଶ୍ରଙ୍କ ପାଇଁ ସମର୍ଥନ ମିଳିବାରେ ଲାଗିଛି । ତେବେ ଏନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ମନୋଜ ମିଶ୍ର କହିଛନ୍ତି, ସିନେମା କାହାକୁ କେବେ ଭାଗ କରେନି । ସମସ୍ତେ ମିଶି ନୂଆ ପରମ୍ପରା ସୃଷ୍ଟି କରନ୍ତୁ । ମୁଁ ଓଡିଶାକୁ ଭାଗ କରିବାକୁ ଚାହୁଁନି । ମୁଁ ଯୋଡି ହୋଇ ରହିବାକୁ ଚାହୁଁଛି । ଓଡିଆ ଫିଲ୍ମ ବିଶ୍ୱ ଦରବାରକୁ ଯାଉଁ ତାହା ମୁଁ ଚାହେଁ । ଆମ ରାଜ୍ୟ ମହାନ ଖେଳାଳିଙ୍କ ବାୟୋପିକ୍ ହେଉ । ଗୋପବନ୍ଧୁ ଦାସଙ୍କ ବାୟୋପିକ୍ ହେବା ଜରୁରୀ । ଓଡିଶା ନୁହେଁ ସାରା ବିଶ୍ୱରେ ଓଡିଆ ଫିଲ୍ମ ରିଲିଜ ହେବା ଜରୁରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ପୁଣି କଥାକୁ ଦୋହରାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ, ମୁଁ ଏହି ବାସନ୍ଦାଦେଶକୁ ନିନ୍ଦା କରୁଛି । ଏହା ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ । କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନାହିଁ । ସରକାରଙ୍କ ମନୋବୃତ୍ତି ଓଡିଶାକୁ ଭାଗ ପାଇଁ ବାଧ୍ୟ କରୁଛି । ଓଡିଶା ଭାଗ ହେଲେ ସରକାର ଦାୟୀ ରହିବେ ।