ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ 

2,111

କନକ ବ୍ୟୁରୋ : କଳାକାର କଳିର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ର ରଖିଲେ ସର୍ତ । ପ୍ରଥମେ ମାଇଣ୍ଡ ଗେମକୁ ସମସ୍ତ ହଲରେ ପୁଣି ଥରେ ରିଲିଜ କରାଯାଉ । ପରେ ତାଙ୍କ ଉପରେ ଯେଉଁ ୨ ବର୍ଷର ବାସନ୍ଦ ଲାଗିଛି ତାହା ପ୍ରତ୍ୟାହାର ହେଉ ।

ଗତକାଲି ଅଭିନେତା ଅରିନ୍ଦମ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅପିଲ କରିଥିଲେ । ଏହା ପରେ ମନୋଜ ମିଶ୍ର ଏକ ଭିଡିଓ ଜାରି କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଅରିନ୍ଦମ କହିଥିଲେ ଓଡ଼ିଆ ଫିଲ୍ମ କିପରି ଆଗକୁ ଯିବ, ତା’ ଉପରେ ମିଳିମିଶି ଆଲୋଚନା କରିବା । ଯାହା ହୋଇଛି ତାକୁ ଭାବିଲେ କିଛି ଲାଭ ହେବ ନାହିଁ । ନିଜ ଅଭିନୀତ ଫିଲ୍ମ ରାମ୍ ମଧ୍ୟ ଘାଟାରେ ପଡ଼ିଛି ବୋଲି କହିଛନ୍ତି ଅରିନ୍ଦମ ।