କନକ ବ୍ୟୁରୋ: ବଢିବ କି ଓଲିଉଡ କଳାକାର କଳି? ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘ ରାଜି ହେବା ପରେ ବି ମନୋଜ ମିଶ୍ର କରିଥିବା ସୋସିଆଲ ମିଡିଆ ପୋଷ୍ଟ ବିବାଦକୁ ବଢାଇଛି । ପାଖାପାଖି ୧୦ ମିନିଟର ପୋଷ୍ଟରେ ଅଭିନେତା ଅରିନ୍ଦମ ରାୟଙ୍କୁ ସେ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଆ ଫିଲ୍ମର ସ୍ୱାର୍ଥ ପାଇଁ ସେ ଲଢୁଛନ୍ତି ।
ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘ ରାଜି ହୋଇଥିଲା । ଏଥିପାଇଁ ଗତକାଲି ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବୈଠକ ବସିଥିଲା । ଏଥିରେ ଉଭୟ ପକ୍ଷଙ୍କୁ ଡକାଯାଇଥିଲେ ବି ମନୋଜ ମିଶ୍ର ଆସିନଥିଲେ । ତେବେ ବିବାଦର ସମାଧାନ ପାଇଁ କିଛି ଦାବି ଉଠାଇଛନ୍ତି ମନୋଜ । ଏ ନେଇ ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ସେ ସରକାରଙ୍କ ସହ ଆଲୋଚନା କରିବେ ଓ ପଦକ୍ଷେପ ନେବେ । ଏହା ପରେ ବି ସନ୍ଧ୍ୟାରେ ମନୋଜ ମିଶ୍ରଙ୍କ ନୂଆ ପୋଷ୍ଟ ବିବାଦକୁ ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/film.jpg)