ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ବିବାଦ ମଧ୍ୟରେ ଘିଅ ଢ଼ାଳିଲେ ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍ କରାଯାଉଥିବା କଲେ ଅଭିଯୋଗ 

Advertisment
ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ବିବାଦ ମଧ୍ୟରେ ଘିଅ ଢ଼ାଳିଲେ ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍ କରାଯାଉଥିବା କଲେ ଅଭିଯୋଗ 

କନକ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଘିଅ ଢାଳିଛନ୍ତି ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ପୁଣି ଥରେ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରିଛନ୍ତି ରଥଯାତ୍ରା ଚାଲିଥିବା ସମୟରେ ୨୬ ସେକେଣ୍ଡର ପରିହାସମୂଳକ ଏକ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ହ୍ୟୁମାନ ସାଗର ଓ ରୁକୁ ସୁନା ମହାପ୍ରଭୁଙ୍କ ଏକ ଭଜନକୁ ଅପମାନ କରିବା ଭଳି ଗାଇଥିବା ନେଇ ଅଭିଯୋଗ ହୋଇଥିଲା ଏନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏକାଧିକ ସଂଗଠନ ଓ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ହୋଇଥିଲା ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସାମଜିକ ଗଣମାଧ୍ୟମରେ ଅନଫଲୋ ଓ ବୟକଟ୍ କରିବାକୁ ଆହ୍ବାନ ଦିଆଯାଇଥିଲା ଏହା ପରେ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ ରୁକୁ ସୁନା

ଏହା ଦ୍ବାରା କିଛି ମାତ୍ରାରେ ବିବାଦ ଥମିଥିଲା ହେଲେ ମନୋଜ ମିଶ୍ରଙ୍କ ପୋଷ୍ଟ ପୁଣି ବିବାଦକୁ ବଢାଇ ଦେଇଛି ଏହି ଭଡିଓରେ ବାଣୀକଣ୍ଠ ନିମାଁଇ ହରିଚନ୍ଦନଙ୍କ ଭଜନ ‘ଲୋ ଚାନ୍ଦମୁହିଁ, ଯାଉଛି ଦାରୁ ଖୋଜି ମୁହିଁ.. ଭଜନର ଶୈଳୀରେ ପପୁ ପମପମ୍ ଲୋ ପୋଡାମୁହିଁ’ ଗୀତ ଗାଉଥିବାର ଦୃଶ୍ୟ ରହିଛି ଏହା ସହ ଅନ୍ୟ କିଛି ଲୋକପ୍ରିୟ ପୁରୁଣା ଗୀତକୁ ମଧ୍ୟ ପୋଷ୍ଟ କରିଛନ୍ତି ଏହା ସହ ସେ ଲେଖିଛନ୍ତି, ପପୁ ପମପମ୍ ତମ ଭାଗ୍ୟ ଭଲ, ତମେ ପଶ୍ଚିମ ଓଡ଼ିଶାରେ ଜନ୍ମ ହୋଇନ ନହେଲେ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ପରି ତୁମ ଅବସ୍ଥା ହୋଇଥାନ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe