ରିଲ ଚାଣକ୍ୟଙ୍କୁ ମିଳିଲା ପଦ୍ମ ସମ୍ମାନ!

Advertisment
ରିଲ ଚାଣକ୍ୟଙ୍କୁ ମିଳିଲା ପଦ୍ମ ସମ୍ମାନ!

image courtesy : Latest Khabar

ବରିଷ୍ଠ ବଲିଉଡ ଅଭିନେତା ମନୋଜ ଯୋଶୀଙ୍କୁ ରାଷ୍ଟ୍ରପତିଙ୍କ ନିକଟରୁ ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ ହୋଇଛି । ବହୁ ସମୟରୁ ଥିଏଟର ସହ ଜଡିତ ରହିଥିବା ମନୋଜଙ୍କ ୧୯୯୦ ମସିହାରେ ଅଭିନୟ କରିଥିବା ଚାଣକ୍ୟ ଚରିତ୍ରକୁ କିଏ ଅବା ଭୁଲିପାରେ । ହିନ୍ଦୀ ସିନେମା ଜଗତରେ ସେ ବିଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ହିଟ ସିନେମା ଦେବଦାସରେ ସେ କିଙ୍ଗଖାନଙ୍କ ବଡଭାଇ ଚରିତ୍ରରେ ନଜର ଆସିଥିଲେ । ଏହା ପରେ ପରେ ଗରମ ମସାଲା,ଚୁପ ଚୁପକେ,ଭାଗମ ଭାଗ,ଭୁଲ ଭୁଲୟାଁ,ହଲଚଲ,ହଙ୍ଗାମା ଭଳି ବିଭିନ୍ନ ସିନେମାରେ ସେ ନଜର ଆସିଥିଲେ । କେବଳ ସିନେମା ନୁହଁ ସିରିଏଲରେ ମଧ୍ୟ ତାଙ୍କ ପରାକାଷ୍ଠା ଦେଖିବାକୁ ମିଳିଛି । ମନୋଜଙ୍କ ପ୍ରତିଭାର ପରିଚୟ ୨୦୦୩ ମସିହାରେ ଆସିଥିବା ସିନେମା ହଙ୍ଗାମାରେ ଦେଖିବାକୁ ମିଳିଥିଲା ।  ନିକଟରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ କାମ କରିବାକୁ ନେଇ ଦେଇଥିବା ମନ୍ତବ୍ୟ ତାଙ୍କୁ ଚର୍ଚ୍ଚାରେ ରଖିଥିଲା । ସେ କହିଥିଲେ, ‘ପାକିସ୍ତାନ କଳାକାରଙ୍କ ଯାହା ହେବା କଥା ହେବ କିନ୍ତୁ ମୋ ପାଇଁ ମୋ ଦେଶ ହେଉଛି ସବୁଠୁ ଉପରେ’ ।

publive-image

ଚଳିତ ବର୍ଷ ପଦ୍ମ ସମ୍ମାନ ପାଇଁ ଚୟନ ହୋଇଥିବା ୮୪ ଲୋକଙ୍କ ମଧ୍ୟରୁ ୪୧ ବରିଷ୍ଠ ନାଗରିକଙ୍କୁ ଏହି ବିଶିଷ୍ଟ ସମ୍ମାନରେ ସମ୍ମାନିତ କରାଗଲା । ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଆଡଭାନିଙ୍କ ସମେତ ଅନ୍ୟ ୪୧ ବ୍ୟକ୍ତିବିଷେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ସମ୍ମାନରେ ସମ୍ମାନିତ କରିଥିଲେ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଉପ-ରାଷ୍ଟ୍ରପତି ବେଙ୍କେୟା ନାଇଡୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ପୂର୍ବରୁ ୨୦ ମାର୍ଚ୍ଚରେ ଆୟୋଜିତ ହୋଇଥିବା ସମ୍ମାନ ସମାରୋହରେ ବିଶିଷ୍ଟ ସଂଗୀତଜ୍ଞ ଇଲେୟା ରାଜା ଏବଂ ଶାସ୍ତ୍ରୀୟ  ସଂଗୀତଜ୍ଞ ଗୁଲାମ ମୁସ୍ତଫା ଖାନ ସମେତ ୩୯ ବ୍ୟକ୍ତିବିଷେଷଙ୍କୁ ପଦ୍ମ ପୁରଷ୍କାରରେ ସମ୍ମାନିତ କରାଗଲା । ଏହି ତାଲିକାରେ ଭୋଜପୁରୀ ଗାୟିକା ଶାରଦା ସିହ୍ନା, ବିଶପ କ୍ରିସସ୍ଥମ, ରାମଚନ୍ଦନ ନାଜାସ୍ୱାମୀ, ବେଦପ୍ରକାଶ ନନ୍ଦା, ପ୍ରଖ୍ୟାତ ସୀତାରବାଦକ ପଣ୍ଡିତ ଅରବିନ୍ଦ ପାରିକ ମଧ୍ୟ ସାମିଲ ଥିଲେ ।ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିବା ୩୭ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ପୂର୍ବ ଟେନିସ ଖେଳାଳୀ ସୋମଦେବ ଦେବବର୍ମନ ସମେତ କେରଳରେ ଜଡିବୁଟୀ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଉଥିବା ଆଦିବାସୀ ମହିଳା ଲକ୍ଷ୍ମୀକୁଟ୍ଟୀ ମଧ୍ୟ ସାମିଲ ଥିଲେ । ମଧ୍ୟପ୍ରଦେଶର ଆଦିବାସୀ ଚିତ୍ରକରି ଲୋକପ୍ରିୟ ହୋଇପାରିଥିବା ଗୌଡ ଚିତ୍ରକର ଭାଜ୍ଜୁ ଶ୍ୟାମ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe