ଗୋଟିଏ କାହାଣୀ, ୬ଟା ରୂପ । ଆସୁଛି ମନୋଜ ବାଜପେୟୀଙ୍କ ନୂଆ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରି’ । ୬ଟା ଅବତାରରେ ନଜର ଆସିବେ ମନୋଜ ।

136

କନକ ବ୍ୟୁରୋ : ବଲିଉଡର ଅଭିନେତା ମନୋଜ ବାଜପେୟୀ । ହିନ୍ଦି ସିନେମା ଜଗତରେ ତାଙ୍କର ଅନେକ ସୁନାମ ରହିଛି । ଅଭିନୟ ଯାଦୁରେ ସିନେପ୍ରେମୀଙ୍କୁ ବେଶ୍ ମୋହିତ କରିଛି । ଦର୍ଶକ ତାଙ୍କର ଅନେକ ସିନେମା ଦେଖିଥିବେ ନିଶ୍ଚୟ । କିନ୍ତୁ ନିକଟରେ ଆସିବାକୁ ଯାଉଥିବା ଅପକମିଂ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରି’ ସିନେମାରେ ମନୋଜଙ୍କୁ ୬ଟି ଅବତାରରେ ଦେଖିବାକୁ ମିଳିବ ।

ବଲିଉଡର ଅପକମିଂ ଫିଲ୍ମ ‘ସୁରଜ ପର ମଙ୍ଗଲ ଭାରି’ ଏବେ ଟ୍ରେଣ୍ଡ ରହିଛି । ଏହି ଫିଲ୍ମରେ ମନୋଜଙ୍କୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଛଅଟି କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ଏଥିରେ ମୋନୋଜ ଭିକାରି ଭୂମୀକାଠୁ ଆରମ୍ଭ କରି ଏକ ମହାରାଷ୍ଟ୍ର ଝିଅ ଭୂମୀକାରେ ମଧ୍ୟ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ସବୁଠୁ ଅଧିକ ଭାଇରାଲ ହେଉଛି ଝିଅ ଲୁକ୍ ଆସିଥିବା ମନୋଜ ବାଜପେୟୀଙ୍କ ଏହି ଫଟୋ । ଏପରିକି ଫିଲ୍ମ ମେକର୍ସ ବି ଏହି ଗେଟଅପର ଭିଡିଓ ସେୟାର କରିଛନ୍ତି ।

ଏଥିରେ ମନୋଜ ତାଙ୍କର ଓରିଜିନାଲ କ୍ଲିନସେଭ୍ ଲୁକରେ ବି ନଜର ଆସିଛନ୍ତି । କେବଳ ସେତିକି ନୁହେଁ, ଏହି ଫିଲ୍ମରେ ମନୋଜଙ୍କୁ ଦାଢିବାଲା ଲୁକରେ ବି ଦେଖିବାକୁ ମିଳିଛି । କୁହାଯାଉଛି ଫିଲ୍ମରେ ଏହି କ୍ୟାରେକ୍ଟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ଫିଲ୍ମରେ ଏକ ସିନରେ ମନୋଜଙ୍କୁ ଏପରି ଏକ ଲୁକରେ ଦେଖିବାକୁ ମିଳିବ, ଯେଉଁଥିରେ ତାଙ୍କୁ ଚିହ୍ନିବା ମୁସକିଲ ହୋଇଯିବ । ଧଳା କେଶ ସାଙ୍ଗକୁ ମୁହଁରେ ପୁଳା ପୁଳା ଦାଢି… ଫଟା କପଡା ପିନ୍ଧି ରାସ୍ତାରେ ଏତେତେଣେ ବୁଲୁଥିବାର ସିନ୍ ଲୋକଙ୍କ ମନକୁ ନିଶ୍ଚୟ ଛୁଇଁବ ।