ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ

129

କନକ ବ୍ୟୁରୋ : ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ମନୋଜ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନ ପରିସରରେ ସେ ଦାୟିତ୍ୱଗ୍ରହଣ କରିଛନ୍ତି । ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି ।
ଜଣେ ଅଣ ଓଡିଆ ମୁଖ୍ୟ ଶାସନ ସଚିବ ଭାବେ ସେ ପ୍ରଥମଥର ଦାୟିତ୍ୱ ଗ୍ରହଣ କରିଛନ୍ତି । ୩୯ ବର୍ଷ ତଳେ ଗ୍ୟାନ ଚାନ୍ଦ ଜଣେ ଅଣ ଓଡିଆ ଭାବେ ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ସେ ୧୯୮୩ ଡିସେମ୍ବର ମାସରୁ ୧୯୮୫ ମସିହା ପର୍ଯ୍ୟନ୍ତ ଓଡିଶା ମୁଖ୍ୟ ଶାସନ ସଚିବ ଥିଲେ ।