କଟକରେ ବିଜେପିର ବିକାଶ ଉତ୍ସବ : ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ମନୋହର ପାରିକର

Advertisment
ଆଜି ନୁହେଁ ତ କାଲି ବଦଳିବେ ଗୋଆ ମୁଖ୍ୟମନ୍ତ୍ରୀ ! ଏପରି ସୂଚନା ଦେଲେ ଖୋଦ କେନ୍ଦ୍ରମନ୍ତ୍ରୀ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି କଟକରେ ଆୟୋଜିତ ହେଉଥିବା ବିଜେପିର ବିକାଶ ଉତ୍ସବରେ ସାମିଲ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦୁଇ ବର୍ଷର କାମର ହିସାବ ଜନସାଧାରଣଙ୍କ ଆଗରେ ରଖିବେ । ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ  ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ରାମକ୍ରିପାଳ ଯାଦବ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିକାଶ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା କରିବେ । କଟକ ଶାରଳା ଭବନରେ ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟା ୬ଟାରେ ଆରମ୍ଭ ହେବ । ସେପଟେ ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା ପରେ ଅଧିକ ସତର୍କ ହୋଇଛି ଓଡିଶା ପୁଲିସ । କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe