ଅପେକ୍ଷାର ହେଲା ଅନ୍ତ । ଗୋଆରେ ପାରିକର ହିଁ ରହିବେ ମୁଖ୍ୟମନ୍ତ୍ରୀ, କେବଳ ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ: ଅମିତ ଶାହା

Advertisment
ଅପେକ୍ଷାର ହେଲା ଅନ୍ତ । ଗୋଆରେ ପାରିକର ହିଁ ରହିବେ ମୁଖ୍ୟମନ୍ତ୍ରୀ, କେବଳ ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ: ଅମିତ ଶାହା

କନକ ବ୍ୟୁରୋ : ଅପେକ୍ଷାର ହେଲା ଅନ୍ତ । ଅନେକ ଦିନ ହେଲା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିଜର ସ୍ୱାସ୍ଥ୍ୟଗତ କାରଣ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଗୋଆରେ ବିଜେପିର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନେଇ ଚାଲିଥିବା ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଗତକାଲି ଅନ୍ତ ଘଟାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

publive-imageବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋଆରେ ବିଜେପିର ମନ୍ତ୍ରିମଣ୍ଡଳ ମୁଖ୍ୟମନ୍ତ୍ରୀ ମନୋହାର ପାରକରଙ୍କ ନେତୃତ୍ୱରେ ଚାଲିବ ବୋଲି ବିଜେପିର ଶୀର୍ଷ ନେତୃ ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଗୋଆ ମୁଖ୍ୟମନ୍ତ୍ରୀ ପଦରୁ ପାରିକରଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଦେବାର କୌଣସି ଆବଶ୍ୟକତା ନାହିଁ।

publive-imageଏଥିସହ ଗୋଆ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ଅଦଳବଦଳ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ଶାହା। ମୁଖ୍ୟମନ୍ତ୍ରୀ ମନୋହାର ପାରିକରଙ୍କ ନିକଟରେ ରହିଥିବା କେତକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ସେହିପରି ଦୀର୍ଘ ଦିନରୁ ଅସୁସ୍ଥ ଥାଇ ବର୍ତ୍ତମାନ ମୁମ୍ବାଇରେ ଚିକିତ୍ସାଧୀନ ଥିବା ଗୋଆର ଶକ୍ତି ମନ୍ତ୍ରୀ  ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦିଆଯିବ ସହ ତାଙ୍କ ସ୍ଥାନରେ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe