ଇସ୍ତଫା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ! ଗୋଆରେ ସରକାର ଗଠନ ପାଇଁ ରଖିବେ ଦାବି

32

କନକ ବ୍ୟୁରୋ : କିଏ ହେବ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏ ନେଇ ଆସନ୍ତା ୧୬ ତାରିଖରେ ହେବ ଘୋଷଣା । ତେବେ ଗୋଆରେ ବିଜେପି ସରକାର ଗଢିବା ସ୍ପଷ୍ଟ ହେବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ପାରିକର । ଏମଜିପି, ଗୋଆ ଫରୱାର୍ଡ ପାର୍ଟି ଓ ଅନ୍ୟ ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ ବିଜେପି ସରକାର ଗଠନ କରିବାର ସଙ୍କେତ ଦେଇଛି । ତେଣୁ ପୁଣି ଥରେ ରାଜ୍ୟ ରାଜନୀତିକୁ ଫେରୁଛନ୍ତି ପାରିକର । ପ୍ରାୟ ଅଢେଇ ବର୍ଷ ପରେ ସେ ଗୋଆ ରାଜନୀତିକୁ ଫେରୁଛନ୍ତି ବୋଲି ପାରିକର ସୂଚନା ଦେଇଛନ୍ତି ।