ପାରିକରଙ୍କୁ ଶେଷ ସଲାମ ଦେବ ଦେଶ : ଆଜି ଗୋଆରେ ମନୋହର ପାରିକରଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି । ସନ୍ଧ୍ୟା ୫ଟାରେ ଅନ୍ତିମ ସଂସ୍କାର

80

ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ରାଷ୍ଟୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ସକାଳ ପ୍ରାୟ ସାଢେ ୯ଟାରେ ପାରିକରଙ୍କ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଂଜଳି ଦିଆଯିବ । ଅପରାହ୍ନରେ ଗ୍ରାଉଣ୍ଡରେ ପାରିକରଙ୍କ ଶେଷ ସଂସ୍କାର କରାଯିବ । ସାରା ଦେଶ ପାରିକରଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବ । ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୬୩ ବର୍ଷୀୟ ପାରିକରଙ୍କର ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ୬୩ ବର୍ଷ ବୟସରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଛି । ପାରିକରଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୋଦି ଟୁଇଟରେ ଲେଖିଛନ୍ତି ତାଙ୍କ ଭଳି ନେତା ଆଉ ନାହାଁନ୍ତି । ତାଙ୍କୁ ଦେଶ ମନେରଖିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପାରିକରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ରାହୁଲ ଲେଖିଛନ୍ତି ଗୋଆର ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ସେ ଦୁଃଖିତ । ପାରିକର ଗୋଆର ସବୁଠାରୁ ଭଲ ମଣିଷଙ୍କ ମଧ୍ୟରୁ ଜଣେ ଥିଲେ । କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଥିବା ସତ୍ୱେ ସେ ଅନେକ ମାସ ହେବ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ ।