ହରିୟାଣାରେ ଖଟ୍ଟର ସରକାର ସୁରକ୍ଷିତ । ଆସ୍ଥାଭୋଟରେ ବିଜୟୀ ହେଲେ ମନୋହର ଲାଲ ।

123

କନକ ବ୍ୟୁରୋ: ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜିତିଲେ ଆସ୍ଥା ଭୋଟ । କଂଗ୍ରେସ ପକ୍ଷରୁ ଆଜି ବିଧାନସଭାରେ ଖଟ୍ଟର ସରକାରଙ୍କ ବିରୋଧରେ ବିଶ୍ୱାସ ମତ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ଗୃହରେ ପ୍ରସ୍ତାବ ସପକ୍ଷରେ ବହୁମତ ନ ମିଳିବାରୁ କଂଗ୍ରେସ ନିରାଶ ହୋଇଛି । ଆସ୍ଥା ଭୋଟରେ ଖଟ୍ଟରଙ୍କ ସପକ୍ଷରେ ୫୫ଭୋଟ ମିଳିଥିବା ବେଳେ ବିପକ୍ଷରେ ପଡିଥିଲା ୩୨ ଭୋଟ ।

ଆଜି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା । ବାଚସ୍ପତି ବିରୋଧୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ୨ ଘଂଟା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ । ଆଲୋଚନା ସମୟରେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା କୃଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଖଟ୍ଟର ସରକାର ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯାଇଥିବା ଅଭିଯୋଗ କରିଥିଲେ । ଏହାପରେ ଆସ୍ଥାଭୋଟ ଗ୍ରହଣ କରାଯାଇଥିଲା । ତେବେ ପ୍ରସ୍ତାବ ସପକ୍ଷରେ ମାତ୍ର ୩୨ ବିଧାୟକଙ୍କ ସମର୍ଥନ ମିଳିଥିବା ବେଳେ ସରକାର ସପକ୍ଷରେ ପଡିଥିଲା ୫୫ ଖଣ୍ଡ ଭୋଟ । ଫଳରେ କଂଗ୍ରେସ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ କାଟ ଖାଇଯାଇଥିଲା ।