‘ମନ କୀ ବାତ’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । କରୋନା ବିରୋଧରେ ଚାଲିଛି ମହାଯଜ୍ଞ…ଲୋକେ କରୁଛନ୍ତି ଲଢେଇ । ନିଜର ସାଧ୍ୟମତେ କରୁଛନ୍ତି ସହଯୋଗ

512

କନକ ବ୍ୟୁରୋ: କରୋନା ସହ ଦେଶ ଲଢୁଥିବା ବେଳେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କ ହିତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରୁଥିବା ନିଜ ଅଭିଭାଷଣରେ କହିଛନ୍ତି ମୋଦି । ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ ଅଧ୍ୟାଦେଶ ଆସିଥିବା ବେଳେ ପୋଲିସ କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିପରି ଉତମ ଚିକିତ୍ସା ଉପରେ ଗୁୁରୁତ୍ୱ ଦିଆଯାଉଥିବା ବେଳେ ଗରୀବ ଙ୍କୁ ୩ ମାସ ପାଇଁ ରାସନ ସାମଗ୍ରୀ ଓ ସିଲିଣ୍ଡର ଦିଆଯାଉଛି । ପୁରା ଦେଶ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛି । କୋଭିଡ ୱେବସାଇଟରେ ୧.୨୫କୋଟି ଲୋକ ଯୋଡି ହୋଇତିବା କହିଛନ୍ତି ମୋଦି ।

ସେହିପରି ତାଲାବନ୍ଦ ସମୟରେ ୧୦୦ଟି ପାର୍ସଲ ଟ୍ରେନ ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇ ରୋଗରୁ ବର୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଏବଂ ମାସ୍କ ସଭ୍ୟ ସମାଜର ପ୍ରତୀକ ବୋଲି ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦେବା ସହ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦେଶର କୃଷକ ମାନେ ଭଗବାନ କୃଷ୍ଣଙ୍କ ପରି ଯିଏ ଦେଶବାସୀଙ୍କୁ ଅକ୍ଷୟ ପାତ୍ର ଯୋଗାଇଛନ୍ତି ବୋଲି କହିଛନ୍ତି ମୋଦି । ସେହିପରି ରମଜାନ ଅବସରରେ ପୂର୍ବ ଅପେକ୍ଷା ଅଧିକ ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଫଳରେ ଇଦ୍ ପୂର୍ବରୁ କୋଭିଡ ୧୯ ଦେଶରୁ ଦୂରେଇ ଯାଇଥିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କରୋନା ସଙ୍କଟ ମଧ୍ୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ମନ କୀ ବାତ୍ । ଆଜି ମନ୍ କୀ ବାତ କାର୍ଯ୍ୟକ୍ରମରେ କରୋନା ମହାମାରୀଙ୍କୁ ରୋକିବାରେ ଜାରି ରହିଥିବା ଲଢେଇରେ ସାମିଲ ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ପ୍ରଂଶସାର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଭାରତରେ ଜାରି ରହିଥିବା କରୋନା ବିରୋଧି ଲଢେଇରେ ଦେଶର ପ୍ରତିଟି ନାଗରିକ ହେଉଛିନ୍ତି ଗୋଟିଏ ଗୋଟିଏ ସିପାହୀ । ଏହି ଲଢେଇ ଏକ ଲମ୍ବା ଲଢେଇ ହୋଇଥିବାରୁ ଏଥିରେ ଭାରତର ପ୍ରତିଟି ବ୍ୟକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଷୀଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କ ଭୂମିକା ଅଗ୍ରଣୀୟ ରହିଛି ବୋଲି ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି,  ବିକାଶ ପାଇଁ ଉଦ୍ୟମ କରୁଥିବା ଭାରତ ପରି ଏକ ବୃହତ ଦେଶ ଦାରିଦ୍ର୍ୟ ସହିତ ଏକ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି । ଭାରତ ପାଇଁ କରୋନା ଯୁଦ୍ଧ ଲଢିବା ଏବଂ ଜିତିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ଏବଂ ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ ପ୍ରତ୍ୟେକ ନାଗରିକ, ଏହି ଲଢେଇରେ ଜଣେ ଜଣେ ସୈନିକ, ଏହି ଯୁଦ୍ଧର ନେତୃତ୍ୱ ନେଉଛନ୍ତି । ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହିତ ସଂଘର୍ଷ କରୁଛି । ଭବିଷ୍ୟତରେ ଯେତେବେଳେ ଏହା ଆଲୋଚନା ହେବ, ନିଶ୍ଚିତ  ଭାରତର ଏହି ପିପୁଲ୍ସ ଡ୍ରାଇଭ୍ ଯୁଦ୍ଧ ବିଷୟରେ ଆଲୋଚନା  ହେବ  ବୋଲି ମନ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ମୋଦି ।