ସେଞ୍ଚୁରୀ ମାରିଲା ‘ମନ କି ବାତ୍’, ମୋଦୀ କହିଲେ, ଜନ ଆନ୍ଦୋଳନ ପାଲଟିଛି କାର୍ଯ୍ୟକ୍ରମ।

ସେଞ୍ଚୁରୀ ମାରିଲା ‘ମନ କି ବାତ୍’, ମୋଦୀ କହିଲେ, ଜନ ଆନ୍ଦୋଳନ ପାଲଟିଛି କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଦିନ ୧୧ଟାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ରେଡିଓ ଜରିଆରେ ଭାସି ଆସିଥିଲା, ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ । ଏହା କେବଳ ସଫଳତାର ଶହେତମ ସଂସ୍କରଣ ନଥିଲା ବରଂ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା ବିଶ୍ୱ । ନ୍ୟୁୟର୍କରୁ ଲଣ୍ଡନ, ପଲ୍ଲୀରୁ ଦିଲ୍ଲୀ ସବୁଠି ପହଂଚିଥିଲା ପ୍ରଧାନମନ୍ତ୍ରୀଙ୍କ ବାର୍ତା । ଆଉ ଏହି ଐତିହାସିକ ମୂହୁର୍ତରେ ଭାବବିହ୍ୱଳ ହୋଇ ଉଠିଥିଲେ ପ୍ରଧାନମନ୍ତ୍ରୀ ।

ଗୋଟିଏ ରେଡିଓ କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କୁ ଯୋଡ଼ିପାରିଛି, ସେମାନଙ୍କ ଅନୁଭୂତି ସାଉଁଟିବାର ସୁଯୋଗ ଆଣିଦେଇଛି, ତାହା ବୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ସାମାଜିକ ଜୀବନରେ ଆସୁଥିବା ସଂସ୍କାର, ଲୋକ ମଧ୍ୟରେ ସୃଷ୍ଟି ହେଉଥିବା ଜାଗରଣ ଏବଂ କେମିତି ସାମଗ୍ରିକ ଭାବେ ଲୋକଙ୍କ ଜୀବନରେ ପରିବର୍ତନ ଆଣିଛି, ଶହେ ତମ ଏପିସୋଡ୍୍ରେ ତାହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ବେଟି ବଚାଓ, ବେଟି ପଢ଼ାଅ, ସେଲପି ୱିଥ୍ ଡଟର୍, ସ୍ୱଚ୍ଛ ଭାରତ, ଖାଦି ବିକଳ୍ପ, ସ୍ୱାଧୀନତାର ଅମୃତ ମହୋତ୍ସବର ସଫଳତା ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଶହେ ତମ ଏପିସୋଡରେ ଓଡ଼ିଆ ସାମାଜସେବୀ ଡି. ପ୍ରକାଶ ରାଓଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ । ବିକ୍ରି କରି କିପରି ମାଗଣାରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ, ସେ କଥା କହିଛନ୍ତି ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ୍କୁ ଏକ ଉତ୍ସବ ଭଳି ପାଳନ କରିଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାର ବିଭି୍ନ୍ନ ସହରରେ ଏଥିପାଇଁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଯେଉଁଥିରେ ଜନତାଙ୍କ ମେଳରେ ମୋଦୀଙ୍କ ମନକି ବାତ୍ ଶୁଣିଥଲେ ନେତା । ବେଙ୍ଗାଲୁରୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଏବଂ ପୁରୀରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଜନତାଙ୍କ ମେଳରେ କାର୍ଯ୍ୟକ୍ରମ ଶୁଣିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ବିରୋଧୀ ଅଭିଯୋଗ ଆଣିଥିବା ବେଳେ ତୃଣମୂଳ ସାଂସଦ ଉଠାଇଛନ୍ତି ଦୁଇଟି ପ୍ରଶ୍ନ ।
- ଭାରତର ମହିଳା କ୍ରୀଡ଼ାବିତଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି କାହିଁକି?
- ସୁପ୍ରିମକୋର୍ଟଙ୍କ ସମୟସୀମା ମଧ୍ୟରେ କାହିଁକି ଆଦାନୀ ତଦନ୍ତ ଶେଷ କରିପାରୁନାହିଁ ସେବି?

ବିରୋଧୀ ଦଳର ନେତାଙ୍କ ଏହି ଅଭିଯୋଗ ଭିତରେ ପ୍ରାୟ ୯ ବର୍ଷ ଅତିକ୍ରମ କରିସାରିଛି ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ୨୦୧୪ ମସିହା ଅକ୍ଟୋବର ୩ ତାରିଖ, ବିଜୟା ଦଶମୀରେ ଆରମ୍ଭ ହୋଇଥିବା ମୋଦୀଙ୍କ ମହତାକାଂକ୍ଷୀ କାର୍ଯ୍ୟକ୍ରମ ମନ କି ବାତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe