‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ: ଦିନ ୧୧ଟାରେ ରେଡିଓ ଜରିଆରେ ବାର୍ତ୍ତା ରଖିବେ ମୋଦି

Advertisment
ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।

କନକ ବ୍ୟୁରୋ: ମନ୍ କି ବାତ୍ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆଜି ଦିନ ୧୧ଟାରେ ରେଡିଓ ବାର୍ତା ଜରିଆରେ ଦେବବାସୀଙ୍କୁ ବାର୍ତା ଦେବେ ନରେନ୍ଦ୍ର ମୋଦି । ଏହି ରେଡିଓ ବାର୍ତା ସବୁଥର ଭଳି ଦୁରଦର୍ଶନ ଜରିଆରେ ପ୍ରସାରିତ ହେବ । ଅନ୍ଲକ୍ ପ୍ରଥମ ପର୍ଯ୍ୟାୟ ଆସନ୍ତା ୩୦ ତାରିଖରେ ସରୁଥିବାରୁ ଏ ସମ୍ପର୍କରେ କଣ କରିବେ ତାକୁ ନେଇ ଅପେକ୍ଷା କରାଯାଇଛି । ସେହିପରି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାର ମୁକାବିଲା ନେଇ ଦେଶବାସୀଙ୍କୁ ସୂଚନା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ତେବେ ସବୁଥର ପରି ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ୧୧ଟା ସମୟରେ ଦେଶବାସୀଙ୍କ ସହ ପୁଣି ଥରେ ଯୋଡି ହେବେ । ତେବେ ଆଜି ସେ କେଉଁ ବିଷୟ ଉପରେ ଆଲୋଚନା କରିବେ ସେ ନେଇ କୌଣସି ସରକାରୀ ସୂଚନା ମିଳିନଥିଲେ ମଧ୍ୟ ଚୀନ୍ ସହ ଚାଲିଥିବା ସୀମା ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ୍ କରି ରବିବାର ସକାଳ ୧୧ ଟାରେ  ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥରେ ଦେଶବାସୀଙ୍କ ସହ ଯୋଡି ହେବେ ବୋଲି ଲେଖିଥିବା ବେଳେ ଏହା ତାଙ୍କର ୬୬ତମ ଅଧ୍ୟାୟ ବୋଲି ଜଣାପଡିଛି ।  ତେବେ ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ବିଷୟକୁ ନେଇ ଆଲୋଚନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe