ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ ମନ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିବେ ପ୍ରଧାନମନ୍ତ୍ରୀ : କରୋନା ମହାମାରୀ ଏବଂ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଖୋଲିବା ନେଇ ଦେଇପାରନ୍ତି ସୂଚନା ।

262

ଆଜି ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ ୧୧ ଟାରେ ରେଡିଓ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । କାଲିଠାରୁ ତାଲା ବନ୍ଦ ଖୋଲିବା ଆରମ୍ଭ ହେଉଥିବା ବେଳେ ନୂଆ କରି ଲାଗୁ ହେବାକୁ ଥିବା ଅନଲକ୍ ପ୍ରଥମ ପର୍ଯ୍ୟାୟ କେମିତି ହେବ ସେ ସଂପର୍କରେ ସୂଚନା ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ସେହିପରି ତାଲା ଖୋଲିବା ନେଇ କେନ୍ଦ୍ର ସରକାର ଜାରି କରିଥିବା ନୂଆ ମାର୍ଗଦର୍ଶିକା ସମ୍ପର୍କରେ ମଧ୍ୟ ସୂଚନା ଦେଇପାରନ୍ତି ନରେନ୍ଦ୍ର ମୋଦି । ଦେଶର ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦି ମାସର ଶେଷ ରବିବାର ଦିନ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ମନର କଥା କହି ଆସୁଛନ୍ତି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମର ୬୫ ତମ ସଂସ୍କରଣରେ ପୁଣି ଥରେ ସୂଚନା ଦେବେ ପ୍ରଧାନମନ୍ତ୍ରୀ ମୋଦି ।