ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲଦାଖ ସୀମା ବିବାଦ ଏବଂ କରୋନା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ , ମିତ୍ରତା ସହ ଜବାବ ଦେବା ଜାଣେ ଭାରତ , କରୋନା ଲଢେଇରେ ସଚେତନତା ଓ ସତର୍କତା ହିଁ ବର୍ତମାନ ସମୟର ବଡ ଆହ୍ୱାନ ।

1,067

ମନ କି ବାତ୍ କାର୍ଯ୍ୟକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ କଡା ଜବାବ ଦିଆଯାଇଛି । ଭାରତ ମିତ୍ରତା ରକ୍ଷା କରିବା ଜାଣିଛି, ଆଖିରେ ଆଖି ମିଶାଇ ଉଚିତ୍ ଜବାବ ଦେବା ବି ଜାଣିଛି । ଲଦାଖରେ ସହିଦ ହୋଇଥିବା ୨୦ ବୀର ଯବାନଙ୍କୁ ସାରା ଦେଶ ଶ୍ରଦ୍ଧାଂଜଳି ଦେଉଛି । ପୁରା ଦେଶ ସହିଦଙ୍କ ପରିବାର ସହ ରହିଛି । ଏହାକୁ ନେଇ ଚୀନର ନାଁ ନନେଇ ମୋଦି ସତର୍କ କରାଇ ଦେଇଛନ୍ତି । ନିଜର ସୀମା ଓ ସଂପ୍ରୁଭତା ରକ୍ଷା କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦି । ଏହାସହିତ ତାଲାବନ୍ଦ ସମୟରେ ଆମକୁ ଅଧିକ ସତର୍କ ହେବାକୁ ପଡିବ ବୋଲି ମୋଦି ମତ ରଖିଛନ୍ତି ।

ଏହି ଅବସରରେ ମୋଦି କହିଛନ୍ତି ଯଦି ଆପଣ ମାସ୍କ ପିନ୍ଧୁ ନାହାନ୍ତି, ଦୁଇ ଗଜ ଦୂରତା ପାଳନ କରୁନାହାନ୍ତି କିମ୍ବା ଅନ୍ୟ ସାବଧାନତା ପାଳନ କରୁନାହାନ୍ତି , ତେବେ ଆପଣ ନିଜ ସହିତ ଅନ୍ୟମାନଙ୍କୁ ବି ବିପଦରେ ପକାଉଛନ୍ତି । ତେଣୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଠାରୁ ରକ୍ଷା କରିବ ବୋଲି ମନ କି ବାତରେ କହିଛନ୍ତି ମୋଦି ।

Comments are closed.