ମନ କି ବାତ୍ କାର୍ଯ୍ୟକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ କଡା ଜବାବ ଦିଆଯାଇଛି । ଭାରତ ମିତ୍ରତା ରକ୍ଷା କରିବା ଜାଣିଛି, ଆଖିରେ ଆଖି ମିଶାଇ ଉଚିତ୍ ଜବାବ ଦେବା ବି ଜାଣିଛି । ଲଦାଖରେ ସହିଦ ହୋଇଥିବା ୨୦ ବୀର ଯବାନଙ୍କୁ ସାରା ଦେଶ ଶ୍ରଦ୍ଧାଂଜଳି ଦେଉଛି । ପୁରା ଦେଶ ସହିଦଙ୍କ ପରିବାର ସହ ରହିଛି । ଏହାକୁ ନେଇ ଚୀନର ନାଁ ନନେଇ ମୋଦି ସତର୍କ କରାଇ ଦେଇଛନ୍ତି । ନିଜର ସୀମା ଓ ସଂପ୍ରୁଭତା ରକ୍ଷା କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦି । ଏହାସହିତ ତାଲାବନ୍ଦ ସମୟରେ ଆମକୁ ଅଧିକ ସତର୍କ ହେବାକୁ ପଡିବ ବୋଲି ମୋଦି ମତ ରଖିଛନ୍ତି ।
ଏହି ଅବସରରେ ମୋଦି କହିଛନ୍ତି ଯଦି ଆପଣ ମାସ୍କ ପିନ୍ଧୁ ନାହାନ୍ତି, ଦୁଇ ଗଜ ଦୂରତା ପାଳନ କରୁନାହାନ୍ତି କିମ୍ବା ଅନ୍ୟ ସାବଧାନତା ପାଳନ କରୁନାହାନ୍ତି , ତେବେ ଆପଣ ନିଜ ସହିତ ଅନ୍ୟମାନଙ୍କୁ ବି ବିପଦରେ ପକାଉଛନ୍ତି । ତେଣୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଠାରୁ ରକ୍ଷା କରିବ ବୋଲି ମନ କି ବାତରେ କହିଛନ୍ତି ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/17-26.jpg)