କୃଷି ଆଇନ ପ୍ରତ୍ୟାହାର ନେଇ ବିରୋଧୀଙ୍କ ପ୍ରତିକ୍ରିୟା : ଶିବସେନା ନେତା ସଂଜୟ ରାଉତ କହିଲେ, ପଂଜାବ ଓ ଉତ୍ତରପ୍ରଦେଶ ନିର୍ବାଚନ ଭୟରେ ନିଷ୍ପତ୍ତି

Advertisment
କୃଷି ଆଇନ ପ୍ରତ୍ୟାହାର ନେଇ ବିରୋଧୀଙ୍କ ପ୍ରତିକ୍ରିୟା : ଶିବସେନା ନେତା ସଂଜୟ ରାଉତ କହିଲେ, ପଂଜାବ ଓ ଉତ୍ତରପ୍ରଦେଶ ନିର୍ବାଚନ ଭୟରେ ନିଷ୍ପତ୍ତି

କନକ ବ୍ୟୁରୋ : ପ୍ରତ୍ୟାହାର ହେଲା ତିନି ନୂଆ କୃଷି ଆଇନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । ବାସ୍ ଏହା ପରେ ଆରମ୍ଭ ହୋଇଛି ବିରୋଧୀଙ୍କ ବୟାନବାଜି । ଶିବସେନା ନେତା ସଞ୍ଜୟ ରାଉତ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପଞ୍ଜାବ ଓ ଉତ୍ତରପ୍ରଦେଶ ନିର୍ବାଚନ ଭୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୋଦୀ ।

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଚାଷୀ ନେତା ରାକେଶ ଟିକାୟତ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି । ସଂସଦରେ ଆଇନ ପ୍ରତ୍ୟାହର ନହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ । ସରକାର ଏମଏସପି ସହ ଚାଷୀଙ୍କର ଥିବା ଅନ୍ୟ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି କହିଛନ୍ତି ଟିକାୟତ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ମାଧ୍ୟମରେ ଅହଂକାରର ମୁଣ୍ଡ ତଳକୁ ନୁଆଁଇଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ । ଜୟ ହିନ୍ଦ୍ ଏବଂ ଜୟ କିସାନ ବୋଲି କହିଛନ୍ତି ରାହୁଲ ।

ମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉ‌ଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । କୃଷକମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ । ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ। ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି ।

ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ। ଦେଶବାସୀ ମୋତେ ପ୍ରଧାନମନ୍ତ୍ରୀ କରିବା ସମୟରୁ ମୁଁ ‘କୃଷି ବିକାଶ’ ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଥିଲି । ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି। ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ । ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ବପ୍ନ ସାକାର ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe