ରେଡିଓରେ ମନର କଥା କହିଲେ ମୋଦି : ଲୋକଙ୍କୁ ଭିମ ଆପ ଶିଖେଇବାକୁ ଦେଲେ ପରାମର୍ଶ

42

କନକ ବ୍ୟୁରୋ : ରେଡିଓରେ ‘ମନ୍ କି ବାତ୍’ ଅବସରରେ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲିଷ୍ଟିକ ଇଂଟରସେପ୍ଟର ମିସାଇଲ୍ ପରୀକ୍ଷଣ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବୃଦ୍ଧି ହୋଇଛି । ଭାରତୀୟ ବୈଜ୍ଞାନିକ ବିଶ୍ୱସ୍ତରରେ ଦେଶର ସମ୍ମାନ ବୃଦ୍ଧି କରିଥିବା କହିଛନ୍ତି ମୋଦି ।

‘ମନ୍ କି ବାତ୍’ରେ ବିମୁଦ୍ରାକରଣର ଉପକାରିତା ସଂପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଡିଜିଟାଲ୍ ଟ୍ରାଞ୍ଜାକସନ୍ ବୃଦ୍ଧି ପାଇଥିବା ମୋଦି କହିଛନ୍ତି । ‘ମନ୍ କି ବାତ୍’ ଅବସରରେ କୃଷକଙ୍କୁ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ । ଚାଷୀଙ୍କ ପରିଶ୍ରମ ପାଇଁ ଚଳିତ ବର୍ଷ ଧାନ ଉତ୍ପାଦନରେ ରେକର୍ଡ ବୃଦ୍ଧି ପାଇଥିବା କହିଛନ୍ତି ମୋଦି ।