କନକ ବ୍ୟୁରୋ : ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ମାନ୍ୟତା ଦାବିରେ ବୌଦ୍ଧ ମନମୁଣ୍ଡା ବନ୍ଦ । କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ରାସ୍ତାରେ ଟ୍ରକ ଓ ମାଲ ପରିବହନ ଗାଡି ଅଟକି ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ କରି ପ୍ରତିବାଦକୁ ସମର୍ଥନ କରିଛନ୍ତି ସ୍ଥାନୀୟ ଲୋକେ ।
ବୌଦ୍ଧର ପୁରୁଣାକଟକକୁ ମଧ୍ୟ ଏନଏସି ମାନ୍ୟତା ଦାବି କରି ଗତକାଲି ପ୍ରତିବାଦ ହୋଇଥିଲା । ରାଜ୍ୟ ସରକାର ପ୍ରଥମେ ୩୪ଟି ଛୋଟିଆ ସହରକୁ ବିଜ୍ଞାପତି ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରିଥିଲେ । କିନ୍ତୁ ଏହି ତାଲିକାରେ ବୀରମହାରାଜପୁର ନଥିଲା । ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ଏବଂ ବନ୍ଦ ପାଳନ ପରେ ଗତକାଲି ସଂଧ୍ୟାରେ ସଂପୃକ୍ତ ଅଂଚଳକୁ ଏନଏସିର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଏନଏସିକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି ।

Advertisment