ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୫ ପ୍ରସ୍ତାବ

467

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଥିବାବେଳେ ମୋଦି ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୫ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କିଭଳି କରୋନା ମହାମାରୀର ମୁକାବିଲା କରାଯାଇ ପାରିବ ସେନେଇ ପ୍ରସ୍ତାବ ଦେଇଛନ୍ତି ମନମୋହନ । ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ଏ ସଂପର୍କିତ ସୂଚନା ପ୍ରଦାନରେ ପାରଦର୍ଶିତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଖି ନିଅନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୫ଟି ପ୍ରସ୍ତାବ ।

ପ୍ରସ୍ତାବ ୧- ଆଗାମୀ ୬ ମାସ ପାଇଁ କେତେ ଟିକା ଆସିବାକୁ ଅଛି ତାର ବିବରଣୀ ସାର୍ବଜନିନ କର । ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଆଗୁଆ ଟିକା ବରାଦ କର ।
ପ୍ରସ୍ତାବ ୨- ରାଜ୍ୟଗୁଡିକୁ ଟିକା ଯୋଗାଣରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ସରକାର ସୂଚନା ଦିଅନ୍ତୁ । ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ୧୦ ପ୍ରତିଶତ ଟିକା ରଖିପାରିବ ।
ପ୍ରସ୍ତାବ ୩- ଟିକାକରଣ ପାଇଁ ସମ୍ମୁଖ ଯୋଦ୍ଧା ଚୟନରେ ରାଜ୍ୟ ସରକାରଙ୍କୁ ସ୍ୱାଧିନତା ଦିଆଯାଉ । ଫଳରେ ୪୫ ବର୍ଷରୁ କମ ବୟସର ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ କରାଯାଇ ପାରିବ ।
ପ୍ରସ୍ତାବ ୪- ଟିକା ନିର୍ମାଣକାରୀ କଂପାନୀଙ୍କୁ ଅନୁଦାନ ଓ ଅନ୍ୟ ସୁବିଧା ଯୋଗାଇଦେବା ଉଚିତ । ଏଥିସହ ଟିକା ନିର୍ମାଣ ପାଇଁ ଲାଇସେନ୍ସ ଦିଆଗଲେ, ଅଧିକ କଂପାନୀ ଟିକା ନିର୍ମାଣ କରିପାରିବେ ।
ପ୍ରସ୍ତାବ ୫- ବିଦେଶରେ ନିର୍ମାଣ ହୋଇଥିବା ଟିକା, ଯାହା ବ୍ୟବହାର ପାଇଁ ୟୁଏସଏଫଡିଏ ଠାରୁ ଅନୁମତି ପାଇସାରିଛି ତାକୁ ତୁରନ୍ତ ଆମଦାନୀ କରିବା ଉଚିତ ।