ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାକୁ ନେଇ ଏମିତି ଦେଲେ ଉପଦେଶ

420

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗୁଛି । ସଂକ୍ରମିତ ସଂଖ୍ୟା ଠାର ମୃତ୍ୟୁହାର , ଏବେ ଆମେରିକାକୁ ଟକ୍କର ଦେଉଛି ଭାରତ । ଏହାରି ମଧ୍ୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବି ଦେଶରେ ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସେ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି । ଏହି ଚିଠିରେ ସେ କରୋନା ବିରୋଧରେ ଲଢେଇ କରିବାର କିଛି ତରିକା ବତାଇଛନ୍ତି ।

ଏହି ଚିଠିରେ ଶ୍ରୀ ସିଂ ବିଶେଷ ଭାବେ ଟିକାକରଣକୁ ଦ୍ରୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ସେ କହିଛନ୍ତି କି ସରକାରଙ୍କୁ ସାର୍ବଜନୀନ କରିବାକୁ ପଡିବ କି, ଆଗାମୀ ୬ ମାସ ପାଇଁ ସେ କେତୋଟି ଟିକା କମ୍ପାନୀକୁ କେତେ ସଂଖ୍ୟାର ଡୋଜ ପାଇଁ ଆଦେଶ ଦେଇଛନ୍ତି । ଏହା କହିବାକୁ ଯାଇ ସେ କହିଛନ୍ତି କି ଆଗାମୀ ୬ ମାସ ମଧ୍ୟରେ ଦେଶର ଅଧିକାଂଶ ଲୋକଙ୍କୁ ଟିକାକରଣ କରିବା ଦରକାର । ଏନେଇ ପର୍ଯ୍ୟାପ୍ତ ପରିମାଣ ଟିକାର ଆବଶ୍ୟକତା ରହିଛି । ଅନ୍ୟପଟେ ସେ କହିଛନ୍ତି କି, ସରକାର ଏହା ବି ସାର୍ବଜନୀନ କରିବା ଦରକାର ଟିକାର ଡୋଜ ରାଜ୍ୟ ମାନଙ୍କୁ କେଉଁ ପାରଦର୍ଶିତା ଆଧାରରେ ଯୋଗାଇ ଦିଆଯାଉଛି । ‘ଆମେ କେତେ ଲୋକଙ୍କୁ ଟିକା ଦେଲେ ତାହାକୁ ନଜର ନରଖି ଆମେ କେତେ ପ୍ରତିଶତ ଲୋକଙ୍କୁ ଟିକା ଦେଲେ ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ’ ।

ଅନ୍ୟପଟେ ଫ୍ରଣ୍ଟ ଲାଇନ୍ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ସେମାନଙ୍କୁ ଛୁଟି ଦିଆଯିବା ଦରକାର । ଯାହା ଦ୍ୱାରା ସେମାନେ ବି ଟିକା ନେଇପାରିବେ ।

ମନମୋହନ ସିଂ ତାଙ୍କ ଚିଠିରେ ଛଲ୍ଲେଖ କରିଛନ୍ତି କି ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ତେଣୁ ଏହାକୁ ଆହୁରି ଦୃତଗତିରେ ବୃଦ୍ଧି କରିବାକୁ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ସରକାରଙ୍କ ତରଫରୁ ଅର୍ଥ ଠାରୁ ଆରମ୍ଭ କରି ଅନ୍ୟ ସବୁ ସୁବିଧା ସୁଯୋଗ ବିନା ଦ୍ୱିଧାରେ ଯୋଗାଇଦେବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ବିଦେଶରେ ଯେଉଁ ଟିକାକୁ ଅନୁମତି ମିଳିଛି ସେହି ସବୁ ଟିକାକୁ ଭାରତରେ ଟ୍ରାଏଲ ପାଇଁ ଅନୁମତି ଦିଆଯିବାର ଆବଶ୍ୟକତା ରହିଛି । ଯେଉଁ ଟିକା ଭାରତରେ ଟ୍ରାଏଲ ପରୀକ୍ଷାରେ ପାସ୍ କରିବ ସେହି କମ୍ପାନୀ ମାନଙ୍କ ସହିତ ତୁରନ୍ତ ଚୁକ୍ତି କରି ସେମାନଙ୍କ ଠାର ଟିକା ଆଣିଲେ ଭାରତୀୟ କମ୍ପାନୀ ଉପରେ ଚାପ କମିବ ।