ପ୍ରଧାନମନ୍ତ୍ରୀରୁ ପ୍ରଫେସର୍

82

ମନମୋହନ ସିଂହ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ । କଂଗ୍ରେସର ଜଣେ ପୁରୁଖା ନେତା । ସୋନିଆ ଗାନ୍ଧିଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତିତ୍ୱ । ପ୍ରଥମେ ଫାଇନାନ୍ସ ମିନିଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ ମନମୋହନ ସିଂ । ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପରେ ଭାରତର  ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ମନମୋହନ ସିଂହ । ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ତାଙ୍କର ରହିଛି ଅନେକ ସୁନାମ । ରାଜନୀତିର ପଶାପାଲିରେ ବସିବା ପୂର୍ବରୁ ଜଣେ ଧୂରୀଣ ଅର୍ଥନୀତିଜ୍ଞ ପ୍ରଫେସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ମନମୋହନ ସିଂହ । ୫୦ ବର୍ଷ ପୂର୍ବେ ପଂଜାବ ୟୁନିଭରସିଟିରେ ନିଜର ଶେଷ ଲେକ୍ଚର ଦେଇଥିଲେ ମନମୋହନ ସିଂହ । ତାପରେ ତାଙ୍କୁ ଆଉ ବ୍ୟସ୍ତତା ଭିତରେ ସେଠାରେ ଲେକ୍ଚର ଦେବାର ସୁଯୋଗ ମିଳିନଥିଲା । ଏବେ ସେ ପ୍ରଧାନମନ୍ତ୍ରୀ ପଦରେ ନାହାଁନ୍ତି । ହାତରେ ମିଳିଛି ବହୁତ ସମୟ । ନିଜର ସେହି ପୁରୁଣା ସଂସ୍ଥାନକୁ ଫେରିବାକୁ ପ୍ରସ୍ତୁତ ମନ ବଳାଇଛନ୍ତି ମନମୋହନ ସିଂହ । ପଂଜାବ ୟୁନିଭରସିଟିର ପ୍ରଫେସର ସିଟ୍ରେ ପୁଣି ବସିବେ ମନମୋହନ । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ – ପ୍ରଧାନମନ୍ତ୍ରୀରୁ ପ୍ରଫେସର ।

Manmohan 2

ବିଚକ୍ଷଣ ଅର୍ଥନୀତିଜ୍ଞ ମନମୋହନ ସିଂହ । ପ୍ରଧାନମନ୍ତ୍ରୀ ପଦରୁ ଅବସର ନେବା ପରେ ଏବେ ହାତ ଠାରି ଡାକିଲାଣି ପ୍ରଫେସର ଚେୟାର । ଯାହାକୁ ସେ ୫୦ ପୂର୍ବେ କରିଥିଲେ ବାୟ ବାୟ । ଏବେ ପୂଣି ସେହି ପ୍ରଫେସର ପଦକୁ କଲେଣି ୱେଲକମ୍ । ପ୍ରସ୍ତୁତ ହେଲେଣି ପ୍ରଫେସର ହେବାକୁ । ପିଲାଙ୍କୁ ଅର୍ଥନୀତିର କଠିନ ତତ୍ୱ ପଢାଇବାକୁ । ପଂଜାବ ୟୁନିଭରିସିଟିର ଜବାହରଲାଲ ନେହେରୁ ଚେୟାରରେ ପ୍ରଫେସର ହେବା ପାଇଁ ସ୍ୱୀକାର କରିଛନ୍ତି ମନମୋହନ ସିଂହ । ଏହି ପଦକୁ ୫୦ ବର୍ଷ ପରେ ପୁଣି ଫେରୁଛନ୍ତି ମନମୋହନ । ରାଜନୀତିର ଧାଁ ଦୈାଡ ଭିତରେ ସେ ବାଧ୍ୟ ହୋଇଥିଲେ ନିଜର ପ୍ରଫେସରସିପ୍କୁ ତ୍ୟାଗ କରିବା ପାଇଁ । ପଂଜାବ ୟୁନିଭରସିଟିର ଭାଇସ୍-ଚାନ୍ସେଲର ପ୍ରଫେସର ଅରୁଣ କୁମାର ଗ୍ରୋୟର କହିଛନ୍ତି, ଆମେ ଆବଶ୍ୟକୀୟ ଜିନିଷର ଯୋଗାଡ କରିବାରେ କାମ କରିଦେଇଛୁ । ମନମୋହନ ସିଂହ ଏଠାକୁ ଆସି ଓ ୟୁନିଭରସିଟିର ଛାତ୍ରକୁ ଇଂଟରଆକ୍ଟ କରିବା ପରେ ଆମେ ବହୁତ ଖୁସି ହେବୁ । ଚଣ୍ଡିଗଡ ଯାତ୍ରା କରିବା ସମୟରେ ମନମୋହନ ସିଂହ ଛାତ୍ରଙ୍କୁ ଲେକଚର ଦେଇପାରନ୍ତି ଏବଂ ବାକି ଲେକଚର ସବୁ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେବାର ଯୋଜନା ରହିଛି । ପଂଜାବ ୟୁନିଭରସିଟି ମନମୋହନ ସିଂହଙ୍କର ଆଗମନକୁ ନେଇ ପୂରା ଖୁସି । ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ଧୂରୀଣ ଓ ବିଚକ୍ଷଣ ପ୍ରଫେସରଙ୍କ ଠାରୁ କିଛି ଜ୍ଞାନ ଆହରଣ ପାଇଁ ପୂରା ତତ୍ପର । ମନମୋହନ ସିଂହ ମଧ୍ୟ କହିଛନ୍ତି ସେ ପଂଜାବ ୟୁନିଭରସିଟିରେ ସେ କୈାଣସି ରିସର୍ଚ୍ଚ କରିବା ପାଇଁ ଫେରୁନାହାଁନ୍ତି କେବଳ ପିଲାମାନଙ୍କୁ ଓ ଡିପାର୍ଟମେଂଟକୁ ପ୍ରେରଣା ଦେବା ପାଇଁ ପ୍ରଫେସର ପଦକୁ ଫେରୁଛନ୍ତି ।

୧୯୫୪ମସିହାରେ ପଂଜାବ ୟୁନିଭରସିଟିରୁ ମନମୋହନ ସିଂହ ଅର୍ଥଶାସ୍ତ୍ରରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ । ତିନିବର୍ଷ ପରେ ୧୯୫୭ରେ ସେ ଏହି ୟୁନିଭରସିଟିରେ ସିନିୟର ଲେକଚରର ଭାବେ ଯୋଗ ଦେଇଥିଲେ । ୟୁଏନ୍ ସେକ୍ରେଟେରିଏଟ୍, ନିୟୁୟର୍କରେ ଇକୋନୋମିକ ଅଫିସର ଭାବେ ଆପଏଂଟ ପାଇଲା ପରେ , ୧୯୬୬ ମସିହାରେ ସେ ଏହି ପଦ ଛାଡି ଦେଇଥିଲେ । ମନମୋହନ ସିଂହଙ୍କ ସଫଳ କ୍ୟାରିୟରର ଝଲକ୍ ଦେଖିବା ଏହି ରିପୋର୍ଟରେ ।

manmohan singhଜଣେ ମିଷ୍ଟ ଭାଷୀ ଓ ଶାନ୍ତ ସରଳର ମଣିଷ ମନମୋହନ ସିଂହ । ସବୁଠି ଛାଡିଛନ୍ତି ନିଜର ପରାକାଷ୍ଠା ଓ ଦେଖାଇଛନ୍ତି ପାରଙ୍ଗମତା । ବିଫଳତାରେ କେବେ ହାରିଯାଇନାହାଁନ୍ତି କି ସଫଳତାରେ ଉତ୍ଫ୍ରୁଲ୍ଲିତ ହୋଇଯାଇନାହାଁନ୍ତି ମନମୋହନ ସିଂହ । ୧୯୩୨ ମସିହା ସେପ୍ଟେମ୍ବର ୨୬ରେ ପଂଜାବର ଏକ ଶିଖ୍ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୪୭ରେ ଭାରତ-ପାକ୍  ବିଭାଜନ ବେଳେ ଏହି ସିଂହ ପରିବାର ପାକିସ୍ତାନରୁ ଭାରତ ଚାଲିଆସିଥିଲେ । ମନମୋହନସିଂହ ଜଣେ ନାମକରା ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞ । ୨୦୦୪ ରୁ ୨୦୧୪ ମସିହାର ଏହି ଲମ୍ବା ୧୦ ବର୍ଷର ଅବଧି ତାଙ୍କର ସଫଳ ରାଜନୀତିର ଯାତ୍ରା । ସେ ହେଉଛନ୍ତି ପ୍ରଥମ ଶିଖ୍ , ଯିଏ କି ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ନିଜର ୫ ବର୍ଷର ଅବଧି ପୂରଣ ପରେ ପୁନଃ-ନିର୍ବାଚିତ ହୋଇଥିଲେ । ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ୍  କରିସାରିଲା ପରେ ମନମୋହନସିଂହ ୟୁନାଇଟେଡ୍ ନେସନ ଯାତ୍ରା କରିଥିଲେ । ୧୯୬୬ରୁ ୧୯୬୯ ମସିହା ଯାଏ ୟୁନାଇଟେଡ୍ ନେସନରେ କରିଥିଲେ କାମ । ସତୁରୀ ଓ ଅଶୀ ଦଶକରେ ମନମୋହନ ସିଂହ ଭାରତ ସରକାରଙ୍କର ଅନେକ ପଦପଦବୀରେ ରହିଥିଲେ । ୧୯୭୨ରୁ ୧୯୭୬ ମସିହା ଚିଫ୍ ଆଡ୍ଭାଇଜର  ଭାବେ ,୧୯୮୨ରୁ ୧୯୮୫ମସିହା ଯାଏ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଏବଂ ୧୯୮୫ରୁ ୧୯୮୭ ଯାଏ ପ୍ଲାନିଂ କମିଶନ ହେଡ୍ ଭାବରେ ତୁଲାଇଥିଲେ ଦାୟିତ୍ୱ । ୧୯୯୧ ମସିହାରେ ଭାରତରେ ଅର୍ଥନୀତି ସଙ୍କଟ ଦେଖାଦେଇଥିଲା । ଏତିକି ବେଳେ ଦେଶର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ପି.ଭି.ନରସିଂହ ରାଓ । ଆଶ୍ଚର୍ଯ୍ୟଜନକ ଭାବେ ସେ ମନମୋହନ ସିଂହଙ୍କ ଭଳି ଜଣେ ଅଣରାଜନୀତିଜ୍ଞକୁ ନିଜର କ୍ୟାବିନେଟରେ ଅର୍ଥମନ୍ତ୍ରୀ ଭାବେ ନିର୍ବାଚିତ କରିଥିଲେ । ଏବଂ ନିଜର ବିଚକ୍ଷଣତା ଦ୍ୱାରା ମନମୋହନ ସିଂହ ଦେଶର ଅର୍ଥନୀତି ସଙ୍କଟକୁ ଟାଳିପାରିଥିଲେ ଓ ପି.ଭି ନରସିଂହ ରାଓଙ୍କର ପ୍ରିୟ ଭାଜନ ହୋଇଥିଲେ । ୨୦୦୪ମସିହାରେ କଂଗ୍ରେସ ଯେତେବେଳେ ପାୱାରକୁ ଆସିଲା , କଂଗ୍ରେସର ଚେୟାର ପର୍ସନ ସୋନିଆ ଗାନ୍ଧି ମନମୋହନସିଂହଙ୍କୁ  ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଥିଲେ । ଦେଶର ୧୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ ।

Manmohan Singhପ୍ରଫେସରରୁ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀରୁ ପ୍ରଫେସର । ଏଭଳି ଏକ ଲମ୍ବା କ୍ୟାରିୟରର ନାମକରା ବକ୍ତିତ୍ୱ ମନମୋହନ ସିଂହ । ଅନେକ ସଫଳତା ଓ ଅଭିଜ୍ଞତାର ସମିଶ୍ରଣ । ପଂଜାବ ୟୁନିଭରସିଟିରୁ ପ୍ରଫେସରସିପ୍ ଛାଡିଲା ପରେ । ସେହି ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତ ଦିଆଯାଇଥିଲା ।   ୨୦୧୫ ମସିହାରୁ ଖାଲି ପଡିଛି ୟିନିଭରସିଟିର ଏହି ପଦ । ଏହା ପୂର୍ବ ପ୍ରଫେସରଙ୍କ ଦେହାନ୍ତ ପରେ ଏବେ ଏହି ସିଟିରେ ବସିବାକୁ ଯାଉଛନ୍ତି ମନମୋହନ ସିଂହ । ପୁଣି ଉତ୍ସବମୁଖର ପଂଜାବ ୟୁନିଭରସିଟି ଓ ଏହାର ଅର୍ଥନୀତି ବିଭାଗ ।