ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଟଳ ରାହୁଲ ଗାନ୍ଧୀ : ମନମୋହନ ସିଂହ ଭଳି ବଡ ନେତାଙ୍କୁ ମିଳିପାରେ କାର୍ଯ୍ୟଭାର

553

ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସର ବଡ ପରାଜୟ ପରେ ପାର୍ଟି ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଗାନ୍ଧୀ ଜିଦରେ ଅଟଳ ଅଛନ୍ତି । କଂଗ୍ରେସ ନେତା ମନାଇବା ପରେ ମଧ୍ୟ ରାହୁଲ ଗାନ୍ଧୀ ଇସ୍ତଫା ଫେରାଇବାକୁ ନାରାଜ ଅଛନ୍ତି । ସୂଚନା ମୁତାବକ, ଗାନ୍ଧୀ ପରିବାରରୁ ବାହାରେ ମନମୋହନ ସିଂହ ଭଳି ବଡ ନେତାଙ୍କୁ ପାର୍ଟି ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଦିଆଯାଇପାରେ । ବରିଷ୍ଠ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷଓ ୪ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଫର୍ମୁଲା ଉପରେ ବିଚାର କରାଯାଉଛି । ୪ କାର୍ଯ୍ୟକାରୀ ଅଧ୍ୟକ୍ଷ ସାରା ଦେଶରେ ବୁଲିବା କାମ କରିବେ । ପାର୍ଟିର ପ୍ରଚାର ପ୍ରସାର କରିବେ ।

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କ୍ଷୁବ୍ଧ ଅଛନ୍ତି ରାହୁଲ ଗାନ୍ଧୀ । ସେଥିପାଇଁ ସେ ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ଅଛନ୍ତି । ସହଯୋଗୀ ଦଳ ତଥା ଦଳର ଅନେକ ବରିଷ୍ଠ ନେତା ତାଙ୍କ ନିଷ୍ପତ୍ତି ଫେରାଇ ନେବାକୁ ଆଗ୍ରହ କରିଛନ୍ତି । ଏମଧ୍ୟରେ କଂଗ୍ରେସରେ ବୈଠକ ଓ ସାକ୍ଷାତ ଜାରି ରହିଛି । କଂଗ୍ରେସ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତଥା ଅନେକ ନେତା ରାହୁଲଙ୍କ ବାସଭବନକୁ ପହଂଚି ତାଙ୍କୁ ବୁଝାଇଛନ୍ତି । ସୂଚନା ମୁତାବକ, ପ୍ରିୟଙ୍କା, କଂଗ୍ରେସର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ, ପାର୍ଟି ମୁଖ୍ୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟେବାଲା ରାହୁଲଙ୍କ ସହ ସାକ୍ଷାତ କରିଛନ୍ତି । ସେମାନେ ତାଙ୍କୁ ମନାଇବା ଚେଷ୍ଟା ଜାରି ରଖିଛନ୍ତିି ।