କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ, ଦୋଷୀ ବିରୋଧରେ କଠିନରୁ କଠିନ ହେଉ । ଯେଉଁମାନେ ପିଲାଙ୍କ ଜୀବନ ସହ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । କିନ୍ତୁ ସରକାର ଏଠାରେ ଅନ୍ଧ, ମୁକ ଓ ବଧିର ହୋଇ ବସିଛନ୍ତି । ସରକାର ଯୁବକଙ୍କ ଜୀବନ ସହ ଯେଉଁଭଳି ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ ।

Advertisment

ଏହି ଘଟଣାରେ ବିଜେଡି ନେତାଙ୍କର ଯଦି ସମ୍ପୃକ୍ତି ନଥାନ୍ତା ତେବେ ଏତେ ବର୍ଷ କେମିତି ଜାଲ ସାର୍ଟିଫିକେଟ କାରବାର ଚାଲିଲା, ଆଉ କେହି ଜାଣିଲେନି କେମିତି? ଗୁଇନ୍ଦା କଣ ନାହିଁ କି? ୨୫ଟି ଏଜେନ୍ସି ପରା ଅଛି, ସରକାର କେମିତି ଜାଣିପାରିଲେନି । ଯେଉଁଠି ପିଲାଙ୍କ ଭବିଷ୍ୟତ ସହ ଖେଳ ହେଉଛି ତାହାର ସିବିଆଇ ତଦନ୍ତ ହେବା ଦରକାର । ଯିଏ ବି ଏହି ମାମଲାରେ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ।

ମନମୋହନ କହିଛନ୍ତି, ବିଜେଡି କଣ ଭଗବାନ କି? ଭଗବାନଙ୍କ ଉପରେ ସିନା କାର୍ଯ୍ୟାନୁଷ୍ଠାନ କରିହେବନି, କିନ୍ତୁ ବିଜେଡି ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଅସୁବିଧା କଣ? ପଶ୍ଚିମବଙ୍ଗରେ ସିପିଏମ ଚେର ବହୁତ ଲମ୍ବି ଥିଲା କିନ୍ତୁ କଣ ହେଲା ୩୪ ବର୍ଷ ପରେ ସିପିଏମ ବଙ୍ଗୋପସାଗରକୁ ଗଲା । ଏମାନେ ବି ୨୪ ବର୍ଷ ପରେ ବଙ୍ଗୋପସାଗରକୁ ଯିବେ ।