ୟୁ-ଟର୍ଣ୍ଣ ମାରିଲେ ମନମୋହନ । କହିଲେ ସଂସଦୀୟ ବୋର୍ଡ ଓ ରାଷ୍ଟ୍ରୀୟ ସଭାପତି ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ ।

1,242

କନକ ବ୍ୟୁରୋ : ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ ବୋଲି ମନମୋହନ ବୟାନ ଦେବାର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ ଦେଇଛନ୍ତି । ମନମୋହନ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଯାହା ବି ନିଷ୍ପତ୍ତି ହେବ ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ଆମେ ମାନିବୁ । ଖୁବଶୀଘ୍ର ନିଷ୍ପତି ଆସିବ ବୋଲି କହିଲେ ମନମୋହନ ।

ଏହାସହ ମନମୋହନ କହିଛନ୍ତି, ବିଗତ ୮ ଦିନ ଧରି ମିଡ଼ିଆ ବିଭିନ୍ନ ଆକଳନ କରି ଖବର ପ୍ରସାରଣ କଲା । ଏଥିରୁ ନିବୃତ ରହିବା ପାଇଁ ମିଡ଼ିଆକୁ ଅନୁରୋଧ । ଏବେ ନିର୍ବାଚନ ଥିବାରୁ ଏହା ଏକ ସମ୍ବେଦନଶୀଳ ସମୟ । ମୁଁ ଯାହା ଶବ୍ଦ କହୁଛି, ତାହାକୁ ଅନ୍ୟ ଢଙ୍ଗରେ ଚିତ୍ରଣ କରିବା ଠିକ୍ ନୁହେଁ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ସିଟ ପାଇଁ ବିଜେପି କାମ କରୁଛି । ଏହି ଆସନ ଗୁଡିକ ପାଇଁ ଦଳ ପ୍ରସ୍ତୁତି ଏବଂ ରଣନୀତି କରୁଛି । ଯେଉଁ କଥାକୁ ଖଣ୍ଡନ କରୁଛି, ତାକୁ ଗଣମାଧ୍ୟମ ତିଳକୁ ତାଳ କରୁଛି । ମିଛ ଖବର ଏବଂ ଗୁଜବ ପରିବେଷଣ ହେବା ଉଚିତ୍ ନୁହେଁ । ଭୁଲ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଦ୍ୱାରା କାର୍ଯ୍ୟକର୍ତ୍ତା ମାନେ ମାନସିକ ଦ୍ବନ୍ଦରେ ଅଛନ୍ତି । ୮ ଦିନ ଭିତରେ କୌଣସି ସଂଖ୍ୟା ରାଷ୍ଟ୍ରୀୟ ସଭାପତି କହି ନାହାନ୍ତି । ମେଣ୍ଟ ଶବ୍ଦ ମୁଁ କହି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ।