ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ । କହିଲେ, ସବୁ ଠିକ୍ ଚାଲିଛି, ସବୁ ବିଷୟରେ ଆଲୋଚନା ହେଉଛି ।

556

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନଥିବାବେଳେ, ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଓଡିଶା ଫେରିବା ପରେ ମେଣ୍ଟ ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସବୁ ଠିକ୍ ଚାଲିଛି, ଆମ ଯାହା କିଛି ପ୍ରକ୍ରିୟା ତାହା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ତେବେ ମେଣ୍ଟ ସମ୍ପର୍କରେ ଖୋଲାଖୋଲି ନକହିଥିଲେ ବି ଦିଲ୍ଲୀରେ ମେଣ୍ଟ ନେଇ ଚର୍ଚ୍ଚା ହେଇଥିବା ଏହି କଥାରୁ ଇସାରା ଦେଇଛି । ସୂଚନାଯୋଗ୍ୟ ଯେ, ବିଜେପି-ବିଜେଡି ମେଣ୍ଟ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ରାଜ୍ୟ ବିଜେପି ନେତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା କାରଣରୁ ମେଣ୍ଟ ବିଳମ୍ବ ହେଉଥିବା କୁହାଯାଉଛି ।