କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ସାମଲଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ବରରେ ବିଜେପି ବିଶାଳ ରାଲିର ଆୟୋଜନ କରିଥିଲା। ଏଥିରେ ଶହ ଶହ କର୍ମୀ ଓ ନେତୃମଣ୍ଡଳୀ ରାମ ମନ୍ଦିର ଛକରେ ଏକତ୍ରିତ ହେଇଥିଲେ। ଏହା ପୂର୍ବରୁ ଭଦ୍ରକରୁ ଆସିବା ବାଟରେ ପାଣିକୋଇଲି, କଟକ ଓ ଅନ୍ୟସ୍ଥାନରେ ତାଙ୍କୁ ଦଳୀୟ କର୍ମୀମାନେ ବିପୁଳ ସ୍ବାଗତ ଜଣାଇଛନ୍ତି।
ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।
Follow Us