ପ୍ରେସମିଟ କରି ଅପରାଜିତାଙ୍କୁ ଟାର୍ଗେଟ କଲେ ମନ୍ମଥ ରାଉତରାୟ: କହିଲେ, କାମରେ ଅସ୍ମିତା ଥାଏ କଥାରେ ନୁହେଁ

Advertisment
ପ୍ରେସମିଟ କରି ଅପରାଜିତାଙ୍କୁ ଟାର୍ଗେଟ କଲେ ମନ୍ମଥ ରାଉତରାୟ: କହିଲେ, କାମରେ ଅସ୍ମିତା ଥାଏ କଥାରେ ନୁହେଁ

କନକ ବ୍ୟୁରୋ: ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କଲେ ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । କହିଲେ, ବୟୋଜ୍ୟେଷ୍ଠ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ତାଙ୍କୁ ସାଂସଦ କହୁଛନ୍ତି ବୟସ ଅଧିକ ହେଇଗଲାଣି ଘରେ ବସନ୍ତୁ। ଏ ହେଉଛି ତାଙ୍କ ସଂସ୍କାର। ଜିଡିପି ଆଜି କେଉଁଠି? ବିହାରର ଡେଭଲପ ଇନଡେକ୍ସ କଣ? ଖାଲି ଓଡ଼ିଶା କଥା କହୁଛନ୍ତି। ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା ରାଜ୍ୟରୁ କଟିଲା। କିନ୍ତୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେନି କାହିଁକି କାଟିଲାନି ବୋଲି। ସମ୍ବିଧାନ ଅଧିକାର ଦେଇଛି ଜଣେ ଦୁଇଟି ସ୍ଥାନରେ ଛିଡ଼ା ହୋଇପାରିବେ। ଆମେ ତାଙ୍କୁ ଭଲ ପାଉଛୁ ସାରା ଓଡିଶାବାସୀ ତାଙ୍କୁ ଭଲ ପାଉଛନ୍ତି । ସେଥିପାଇଁ ଏହା ଆମ ଦଳର ନିଷ୍ପତ୍ତି।

ଆହୁରି ମଧ୍ୟ କହିଛନ୍ତି କି, ସାନ ବାବୁ, ବଡ ବାବୁ ଜଣେ ଶିକ୍ଷିତ ମହିଳାଙ୍କ ଭାଷା ନୁହେଁ । ବଡ ବାବୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତି। ବିରୋଧୀଙ୍କୁ ବି ଆଉ ସାନ ବାବୁ ସେଭଳି କିଛି କରିନାହାନ୍ତି କ୍ଷମତା ହାସଲ ପାଇଁ । ଆପଣ ବି ଓଡ଼ିଆ ନୁହନ୍ତି, କିନ୍ତୁ ଆପଣଙ୍କୁ ଓଡ଼ିଶା ବାସୀ ଆଶୀର୍ବାଦ କରିଛନ୍ତି। ଜାଣିଶୁଣି ଗୋଟେ ଛବି ଚେଷ୍ଟା କରୁଛନ୍ତି ଓଡିଶାବାସୀଙ୍କ ମନରେ ।

ମନ୍ମଥ ରାଉତରାୟ କହିଛନ୍ତି କି, ଇଲେକ୍ଟୋରାଲ ବଣ୍ଡରେ ୬ହଜାର କୋଟି ମିଳିଛି ଭହକ୍ଟ୍ର ବିଜେପିକୁ। କେମିତି ମିଳିଲା? ତାର ହିସାବ ଦିଅନ୍ତୁ। ଆମେ ତ କେବେ ଆପଣଙ୍କୁ ହିସାବ ମାଗିନୁ । ଲିଙ୍ଗରାଜ ପ୍ରକଳ୍ପ ଆପଣଙ୍କ ପାଇଁ ବନ୍ଦ ହୋଇଛି। ନବୀନ ପଟ୍ଟନାୟକ ଏଠିକାର ପୁଅ। ଷଷ୍ଠ ଥର ପାଇଁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆଉ ଦୁଇଟି ସିଟରେ ବିଜୟୀ ହେବେ। ଆପଣ ସେଥିପାଇଁ ଭୟଭୀତ ହୋଇଯାଉଛନ୍ତି । କେନ୍ଦ୍ର ସରକାରର କଣ ସହାୟତା ଦେଲେ। କୋଭିଡ୍ ସମୟରେ ଅକ୍ସିଜେନ ରାଜ୍ୟ ଦେଲା।

ଟିକେଟ ଯେଉଁମାନଙ୍କର କଟୁଛି, ସେମାନେ ଅଭିଯୋଗ ଆଣୁଛନ୍ତି ଆପଣ କେମିତି ଦଳର ଟିକେଟ ବିକ୍ରି କରୁଛନ୍ତି। ପ୍ରେସ କନଫରେନ୍ସ ଡାକୁଛନ୍ତି ହେଲେ କୌଣସି ତଥ୍ୟ ନାହିଁ। ଆପଣଙ୍କ ଭିଜନ କଣ? କେବେ କହିଛନ୍ତି । ମେଟ୍ରୋ ଟ୍ରେନରେ ବି ବାଧକ ସାଜିଲେ । ଯେଉଁଥିପାଇଁ ରାଜ୍ୟ ନିଜସ୍ଵ ପାଣ୍ଠିରୁ ମେଟ୍ରୋ ପ୍ରକଳ୍ପ କରୁଛି। ଯାହାକି ଭାରତ ବର୍ଷରେ ପ୍ରଥମ। ମୋଦି ଆସିଲେ କିଛି ପ୍ରଭାବ ପଡିବନି। ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । କାମରେ ଅସ୍ମିତା ଥାଏ, କଥାରେ ନୁହେଁ ବୋଲି କହିଛନ୍ତି ମନ୍ମଥ ରାଉତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe