କନକ ବ୍ୟୁରୋ: ଟିକେଟ ମିଳିବା ପରେ ପ୍ରଚାର ମଇଦାନରେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସକାଳୁ ସକାଳୁ ଫରେଷ୍ଟ ପାର୍କ ଯାଇ ଲୋକଙ୍କୁ ଭେଟି ପ୍ରଚାର କରିଛନ୍ତି ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ । ଆଜି ସକାଳ ୬ଟାରୁ ମନ୍ମଥ ରାଉତରାୟ ଲୋକଙ୍କ ସହ ବ୍ୟାଡମିଣ୍ଟନ ଖେଳିବା ସହ ବ୍ୟାୟାମ ଓ ଜୁମ୍ବା କରିଛନ୍ତି । ସାଙ୍ଗରେ ମେୟର ସୁଲୋଚନା ଦାସ ମଧ୍ୟ ଫରେଷ୍ଟ ପାର୍କରେ ଲୋକଙ୍କୁ ଭେଟିଛନ୍ତି । ଭୁବନେଶ୍ୱରବାସୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ମନ୍ମଥ କହିଛନ୍ତି ଯେ, ସେ ଜନସମ୍ପର୍କ ବଢ଼ାଇବା ପାଇଁ ଆସିଥିଲେ । ସମସ୍ତଙ୍କ ପାଖରେ ସୁରଙ୍କ ପୁଅ ବୋଲି ପରିଚିତ ଏବଂ ଏଠାରେ ହିଁ ସେ ଛୋଟବେଳୁ ବଢ଼ିଥିବା କହିଛନ୍ତି ମନ୍ମଥ ।