କୋଟିଆରେ ଆନ୍ଧ୍ର କରୁଛି ମନମାନୀ। ଖରାଦିନେ ଓଡିଶା ବିଦ୍ୟାଳୟରୁ କାଟିଦେଲା ବିଜୁଳି।

132

କନକ ବ୍ୟୁରୋ: ଓଡ଼ିଶା ସ୍କୁଲରୁ ବିଦ୍ୟୁତ୍ କାଟିଲା ଆନ୍ଧ୍ର । କୋଟିଆର କେତୋଟି ଗ୍ରାମପୁଞକୁ ଛାଡ଼ି ଦେଲେ ସବୁଠି ଆନ୍ଧ୍ର ବିଦ୍ୟୁତ ଯୋଗାଇ ଦେଇଛି । ଲୋକଙ୍କ ଘରେ ଆନ୍ଧ୍ର ଆଲୁଅ ଜଳୁଥିବା ବେଳେ ଓଡିଶା ସ୍କୁଲରେ ବି ଆନ୍ଧ୍ର ବିଜୁଳି ବ୍ୟବହାର କରାଯାଉଛି । କୋଟିଆ ଲୋକଙ୍କୁ ପଡୋଶୀ ସରକାର ବିଜୁଳି ଦେଉଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଛି । ତାହା ପୁଣି ଅଳ୍ପ ସମୟ ଜଳି ଲିଭିଯାଉଛି । ନା ତାହାର ମରାମତି ହୋଇପାରୁଛି ନା ତାର ଯତ୍ନ ନିଆଯାଉଛି । ଓଡିଶା ସୋଲାର ଲାଇଟ୍ ଅଚଳ ହୋଇପଡିଥିବା ବେଳେ କୋଟିଆର ଏକ ବିଦ୍ୟାଳୟରୁ ବିଦ୍ୟୁତ୍ କାଟିଦେଇଛି ଆନ୍ଧ୍ରପ୍ରଦେଶ ପ୍ରଶାସନ ।

ବିଦ୍ୟାଳୟରୁ ବିଜୁଳି କଟିିବା ପରେ ଖରା ଗରମରେ ଅଉଟୁ ପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ । ତେବେ ଏଠି ପ୍ରଶ୍ନ ଉଠୁଛି କୋଟିଆକୁ ନେଇ ଆନ୍ଧ୍ର-ଓଡିଶା ମଧ୍ୟରେ ଲଢେଇ ଚାଲିଛି । କୋଟିଆ ଓଡିଶାର ବୋଲି କୁହାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁଳି ବ୍ୟବସ୍ଥା କରାଯାଇନାହିଁ ? କୋଟିଆ ଲୋକ ଆନ୍ଧ୍ର ବିଜୁଳି ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଆନ୍ଧ୍ର ସରକାର ଏବେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛି । ପୂର୍ବରୁ କୋଟିଆ ଲୋକଙ୍କ ଆଧାର କାର୍ଡରେ ଠିକଣା ପରିବର୍ତନ କରିଥିବା ପଡୋଶୀ ରାଜ୍ୟ ସରକାର ଏବେ ଓଡିଶା ବିଦ୍ୟାଳୟରୁ ବିଜୁଳି କାଟିଦେଇଛି ।